April 24, 2026

ଆନ୍ଧ୍ରରୁ ବାଲି ବୋଝେଇ ବେଆଇନ ବିକ୍ରି ପାଇଁ ଗଜପତି ଆସିଥିବା ୨ ଗୋଟି ଟିପ୍ପରକୁ ଖଣି ବିଭାଗ ଜବତ ଘଟଣାରେ ଶାସକ ଦଳ ନେତା କହି ଅଧିକାରୀଙ୍କୁ ଧମକ       

IMG-20260111-WA0119
Share

 

 

ପାରଳାଖେମୁଣ୍ଡି;୧୧/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଆନ୍ଧ୍ରରୁ ବାଲି ବୋଝେଇ ବେଆଇନ ବିକ୍ରି ପାଇଁ ଗଜପତି ଆସିଥିବା ୨ ଗୋଟି ଟିପ୍ପରକୁ ଖଣି ବିଭାଗ ଜବତ ଘଟଣାରେ ଶାସକ ଦଳ ନେତା କହି ଅଧିକାରୀଙ୍କୁ ଧମକ ଦେଇ ଭୟଭୀତ କରିଥିବା ସୂଚନା ମିଳିଛି. ଏଠାରେ ସୂଚନାଯୋଗ୍ୟଯେ, ଆନ୍ଧ୍ରର ବାଲି ଗଜପତି ଜିଲ୍ଲାରେ ବେଶ ଚାହିଦା ରହିଛି. ତେଣୁ ଏହି ବାଲିକୁ ଚୋରାରେ ଆଣି ବିକ୍ରି କରି କିଛି ମୁଷ୍ଟିମେୟ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଚାଲିଛନ୍ତି. ହେଲେ ଗଜପତି ଜିଲ୍ଲା ଖଣି ବିଭାଗ ଏଭଳି ବେଆଇନ ବାଲି ଚାଲାଣ ବିରୁଦ୍ଧରେ ଚଢାଉ ଜାରି ରଖିଛନ୍ତି. ଗଜପତି ଜିଲ୍ଲା ଖଣି ଅଧୁକାରୀ ଡିପେନ ପରିଡା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ପଡୋଶୀ ଆନ୍ଧ୍ରରୁ ଚୋରାରେ ବାଲି ଆଣି ବିକ୍ରି ପାଇଁ ପାରଳା ସହରରେ ପ୍ରବେଶ କରିବା ଯୋଗୁଁ ଦୁଇ ଗୋଟି ବାଲି ବୋଝେଇ ଟିପ୍ପରକୁ ଜବତ କରାଯାଇଛି. ଗୋଟିଏ ଟିପ୍ପର ପିଛା 4 ଲକ୍ଷ ଟଙ୍କା ଜରିମାନା କରାଯାଇଛି. ଗୋଟିଏ ଟିପ୍ପର 4 ଲକ୍ଷ ଟଙ୍କା ଜରିମାନା ଦେଇ ବାଲି ସହ ଆନ୍ଧ୍ର ଫେରି ଯାଇଥିବା ବେଳେ ଖବର ଲେଖିବା ସୁଦ୍ଧା ଅନ୍ୟ ଏକ ବାଲି ବୋଝେଇ ଟ୍ରକ ଜବତ ହୋଇ ଜିଲ୍ଲା ଖଣି ବିଭାଗ କାର୍ଯାଳୟ ସମ୍ମୁଖରେ ଅଟକି ରହିଛି. ଏହି ଘଟଣା ନେଇ ଶାସକ ଦଳର କିଛି ଲୋକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି. ଏହି ଶାସକ ଦଳର ଲୋକେ ଖଣି ବିଭାଗ ଅଧିକାରୀଙ୍କୁ ଟିପ୍ପର ଜବତ କରିବା ଘଟଣା ନେଇ ଧମକ ଦିଆ ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି. ହେଲେ ଜିଲ୍ଲା ଖଣି ବିଭାଗ ଅଧିକାରୀ ଦିପେନ ପରିଡା ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରି ଧମକ ଦିଆ ଯାଇଥିବା ଘଟଣାକୁ ଅସ୍ୱୀକାର କରିବା ସହ ଟିପ୍ପର ଜବତ ପରେ କିଛି ଲୋକ ଅଫିସରେ ପହଞ୍ଚି ପାଟି ତୁଣ୍ଡ କରିଥିବା ଖଣି ଅଧିକାରୀ କହିଛନ୍ତି.