May 11, 2026

ଶ୍ରୀ ଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ,୨୮୭ କ୍ଵିଣ୍ଟାଲ ଧାନ ସଂଗ୍ରହ.

IMG-20250111-WA0051
Share

 

 

ବୋଲଗଡ,(ଉପାନ୍ତ ଖବର): ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନସ୍ଥ ଶ୍ରୀ ଚନ୍ଦନପୁର ପାଟଣା ସେବା ସମବାୟ ସମିତିରେ ଶନିବାର ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୋଲଗଡ ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ସମ୍ମାନିତ ଅତିଥିଭାବେ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିର ସଭାପତି ତଥା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ରାଉତରାୟ ବାଂକୋଇ ରାଜସ୍ବ ନିରୀକ୍ଷକ ଦିଲ୍ଲୀପ ରାଉଳ, ସମିତିର ପରିଚାଳନା ସଦସ୍ୟ ଭଗବାନ ମହାରଣା, ମାଗୁଣି ଚରଣ ସ୍ୱାଇଁ, ବୈକୁଣ୍ଠ ବଳିୟାରସିଂହ, ରମାମଣି ନାୟକ ପ୍ରମୁଖ ଯୋଗଦେଇ ନୂତନ ଧାନ ମଣ୍ଡିଙ୍କୁ ଉଦଘାଟନ କରିଥିଲେ l ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିର ପଞ୍ଜିକୃତ ୧୬ଜଣ ଚାଷୀଙ୍କ ଠାରୁ ଆଜି ନୂତନ ଭାବେ ୨୮୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା l ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଧେଶ କ୍ରମେ ରାଜସୁନାଖଳାସ୍ଥିତ ଶିବାନୀ ଫୁଡ୍ସ ମିଲର୍ସ ସମସ୍ତ ଚାଷୀମାନଙ୍କ ଠାରୁ ଧାନ ମଣ୍ଡି ମାଧ୍ୟମରେ ଚଳିତ ବର୍ଷର ଧାନ ସଂଗ୍ରହ କରି ଚାଷୀମାନଙ୍କୁ ସରକାରୀ ଦରରେ ଧାନ କ୍ୱଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବେ ବୋଲି ସୂଚନା ମିଳିଛି l ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିତିର ସମ୍ପାଦକ ବାଙ୍କନିଧି ମହାରଣା ଓ ମିକିନା ମାନସିଂହ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ତଥା ସହାୟତାରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ମିଲର ଶିବାନୀ ଫୁଡ୍ସକୁ ପ୍ରଦାନ କରାଯାଇଥିଲା l ପରିଶେଷରେ ଚାଷୀ ଶତ୍ରୁଘ୍ନ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l