June 21, 2026

ମୋଟାବାଡି ସରପଞ୍ଚଙ୍କୁ ଆକ୍ରମଣ 

IMG-20241110-WA0057
Share

 

ବୁଗୁଡ଼ା : ତା ୧୦/୧୧/୨୪ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତର ସରପଞ୍ଚ ପିଣ୍ଟୁ ସେଠିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ପିଣ୍ଟୁ ଆଜି ମୋଟାବାଡି-ନାଗିରି ରାସ୍ତାରେ ଥିବା ଝାଞ୍ଜିରୀ ଗାଡ଼ିଆ ନିକଟରେ ରହି କାମ ନିରୀକ୍ଷଣ କରୁଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ହଠାତ ଦୀପକ ରାଉତ ନାମକ ଜଣେ ଯୁବକ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ ଥିବା ସେ ଅଭିଯୋଗ କରିଛନ୍ତି l ଆକ୍ରମଣରେ ସରପଞ୍ଚଙ୍କ ସାର୍ଟ ଚିରି ଯିବା ସହ ମୁହଁ, ଡାହାଣ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡିଛି l ଖବର ପାଇ ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡିଛି l