June 21, 2026

ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଟ୍ରଷ୍ଟ୍ର ର ଛାତ୍ରୀ ଓ ବୃଦ୍ଧା ମାନଙ୍କୁ ଗାମୁଛା ଓ ଖାଦ୍ୟ ବଣ୍ଟନ 

IMG-20241110-WA0050
Share

 

ପାରଳାଖେମୁଣ୍ଡି:୧୦/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଟ୍ରଷ୍ଟ୍ର ର ୧୦୦ଜଣ ଛାତ୍ରୀ ଏବଂ ୧୦ଜଣ ବୃଦ୍ଧା ଅନ୍ତେବାସିନୀଙ୍କୁ ପ୍ରତ୍ୟେକଙ୍କୁ ଜିଳ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ପକ୍ଷରୁ ଗାମୁଛା ଓ ଖାଦ୍ୟ ପରିବେଷଣ କରାଯାଇଥିଲା । ବୌଦ୍ଧିକ ଆଲୋଚନା, ଜ୍ଞାନବିଜ୍ଞାନ,ଗୀତ,ନୃତ୍ୟ, ଏକକ ଅଭିନୟ, ଚିତ୍ର, କୌତୁକ ପ୍ରଶ୍ନ ଉତ୍ତର ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତିର ସଂପାଦିକା ତନୁଜା ଶତପଥୀ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ମନୋଜ ପଟ୍ଟନାୟକ, ହରିମୋହନ ପଟ୍ଟନାୟକ,ମୂରଲୀଧର ପରିଛା, ଲୋକନାଥ ମିଶ୍ର,ଟ୍ରଷ୍ଟି ଏସ୍.ଭି. ରାମାନା, ପରିଚାଳିକା ପ୍ରଭାସିନୀ ଲିମା,ବି.ଜୟଲକ୍ଷ୍ମି, ପ୍ରଭୃତି ସହଯୋଗ କରିଥିଲେ।