November 26, 2024

ନବରଙ୍ଗପୁର ଜିଲ୍ଲା ରେ ପରିବର୍ତ୍ତନ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଗଣେଷ ବିସର୍ଜନ ପାଈଁ ପୌରନିର୍ବାହୀ ଅଧିକାରୀ ଙ୍କ ନିକଟରେ ଏକ ଅସ୍ଥାୟୀ ପୋଖରୀ ପାଇଁ ଦାବି……..

Share

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଗଣେଶ ପୂଜା ନବରଙ୍ଗପୁର ସହର ର ପ୍ରତ୍ୟେକ ସାହି ପ୍ରତ୍ୟେକ ଗଳି ରେ ମହାଆଡମ୍ବର ରେ ପାଳିତ ହେଉଅଛି , ପୂଜା ପରେ ଶ୍ରୀ ଗଣେଶ ଙ୍କ ବିସର୍ଜନ ମଧ୍ୟ ହବ, ବିସର୍ଜନ ରେ ଅନେକ ଅଘଟଣ ଘଟିବାର ସମ୍ଭାବନା ରହିଛି,ବିସର୍ଜନ ବେଳେ ବିଭିନ୍ନ ଜାଗା ରେ ନଦୀରେ ବୁଡି ଅନେକ ଜୀବନ ହାନି ଘଟିବାର ମଧ୍ୟ ନଜିର ରହିଛି, ଏ ପରିକି ନଦୀ ପୋଖରୀ ଗୁଡିକ ର ପାଣି ମଧ୍ୟ ରାସାୟନିକ ରଙ୍ଗ ଦ୍ୱାରା ଦୂଷିତ ହେବାର ସମ୍ଭାବନା ରହିଛି, ବର୍ତ୍ତମାନ ବର୍ଷା ଯୋଗୁଁ ପ୍ରତ୍ୟେକ ନଦୀ,ପୋଖରୀ ର ଜଳସ୍ତର ବୃଦ୍ଧି ଯାଇଛି, ବହୁ ସମୟ ରେ ପୋଲ ଉପରୁ ଠାକୁର ଙ୍କୁ ଠେଲି ଦିଆହେଉଛି, କେତେବେଳେ ଠାକୁର ନଦୀ ପାଣି ରେ ପଡୁଛନ୍ତି ତ କେତେବେଳେ ବାଲି ପଠାରେ ପଡିରହୁଛନ୍ତି ଯାହା ସମସ୍ତ ସନାତନ ଧର୍ମି ଙ୍କୁ କଷ୍ଟ ଦେଉଛି, ତେଣୁ ପରିବର୍ତ୍ତନ ଫାଉଣ୍ଡେସନ ପକ୍ଷରୁ ପୌରପ୍ରଶାସନ କୁ ଏକ ଅସ୍ଥାୟୀ ପୋଖରୀ କରିବାକୁ ଅନୁରୋଧ କରାଯାଇଛି , ଯାହା ଦ୍ୱାରା ଅଘଟଣ କୁ ରୋକା ଯାଇ ପାରିବ ତେଣୁ ଆଜି ପରିବର୍ତ୍ତନ ଫାଉଣ୍ଡେସନ ର ନିନୀବାବୁ ତ୍ରିପାଠୀ ଙ୍କ ସହ ସୁଧୀର ସିଂ, ରାଜନ ତ୍ରିପାଠୀ, ଟୁକୁନା ବେହେରା, ଅଲେଖ ତ୍ରିପାଠୀ ପୌରନିର୍ବାହୀ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.