ବାଲେଶ୍ଵରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ..

IMG-20250810-WA0110
Share

 

 

 

ବାଲେଶ୍ଵର(ଦେବାଶିଷ ଦାସ) ସ୍ଥାନୀୟ ଜିଲ୍ଲାର ଗୋପାଳ ଗାଁ ସ୍ଥିତ ଆୟୁଷ୍ମାନ ମଣ୍ଡପରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର ସାଂସଦ ପ୍ରତାପ ଷଡ଼ଙ୍ଗୀ ,ବାଲେଶ୍ଵର ସଦର ବିଧାୟକ ମାନସ ଦତ୍ତ,ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ,ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ,ଉପ ଜିଲ୍ଲାପାଳ ଶିବ ମାଲ୍ଭିୟ,ଉପ ଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ,ଡିଏସଡବ୍ଲୁଓ ଜ୍ୟୋତ୍ସ୍ନା ମହାନ୍ତି ଙ୍କ ସହିତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଉପସ୍ଥିତ ଅତିଥି ବୃନ୍ଦ ରାକ୍ଷୀ ର ମହତ୍ତ୍ୱ ବିଷୟରେ କଥା କହି, ସୁଭଦ୍ରା ଯୋଜନା କିପରି ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ମାଆ ଭଉଣୀଙ୍କୁ ଶସକ୍ତ କରୁଛି ତାହା ଉଲ୍ଲେଖ କଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଗହ୍ମା ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ଓ କ୍ରାନ୍ତି ଦିବସର ମାହାତ୍ମ୍ୟ ବାଖ୍ୟା କରି ଏହି ଯୋଜନା ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଓ ସ୍ୱାଭିମାନ ବୃଦ୍ଧି କରୁଥିବା କଥା କହିଥିଲେ। ବିଭିନ୍ନ ବ୍ଲକରୁ ବକ୍ତୃତା,କୁଇଜ୍,ପେଣ୍ଟିଂ ଓ ରଚନା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ବାଲେଶ୍ଵର ଜିଲ୍ଲାର ୫,୬୬,୮୫୨ ହିତାଧିକାରୀ ଏହି ତୃତୀୟ କିସ୍ତି ରୁ ଲାଭାନ୍ବିତ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଅତିଥି ମାନେ।