April 28, 2026

ଓଡିଶା ଡ୍ରାଇଭର ମହାସଂଘ, ଭବାନୀପାଟଣା ମ୍ୟୁନିସିପାଲିଟି ସ୍ତରୀୟ ଭାଇ ମିଳନ ଓ ସାଧାରଣ ସଭା ଅନୁଷ୍ଠିତ

IMG-20250810-WA0092
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମ୍ୟୁନିସିପାଲିଟି ଡ୍ରାଇଭର ମହାସଙ୍ଘ ତରଫରୁ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଭାଇ ମିଳନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଡ୍ରାଇଭର ମହାସଂଘ ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ପୁଞ୍ଜି, ଉପସଭାପତି ଶ୍ରୀ ଈଶ୍ୱର ସିଂ, ସମ୍ପାଦକ ଶ୍ରୀ ବଳଭଦ୍ର ଚଲାନ ତଥା ଜିଲ୍ଲା ହେଲଥ ଡକୁମେଣ୍ଟ ଅଧିକାରୀ ଶ୍ରୀ ଲକ୍ଷ୍ମଣ ଚଲାନ ଏବଂ ଭବାନୀପାଟଣା ବ୍ଲକ କମିଟି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏଥିସହ ଭବାନୀପାଟଣା ବ୍ଲକର ୨୬ ଗୋଟି ପଞ୍ଚାୟତର ତଥା ଜିଲ୍ଲାର ୧୩ଟି ବ୍ଲକ ର ଡ୍ରାଇଭର ମହାସଂଘ ସଭାପତି ଓ ଉପସଭାପତି ମାନେ ନିମନ୍ତ୍ରିତ ହୋଇ ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ ଭବାନୀପାଟଣା ମ୍ୟୁନିସିପାଲିଟି ଡ୍ରାଇଭର ମହାସଙ୍ଘର ସଭାପତି ଶ୍ରୀଯୁକ୍ତ ପଦ୍ମନ ଘଡେଇ ମଞ୍ଚ ପରିଚାଳନା ପୂର୍ବକ ସଭାରେ ଉଦବୋଧନ ଦେଇ ଆଜିର ଏହି ସାଧାରଣ ସଭା ଅନୁଷ୍ଠିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ ଏବଂ କହିଥିଲେ ଯେ ସଦା ସର୍ବଦା ସଜାଗ ଆମ ଡ୍ରାଇଭର ଭାଇମାନେ ଜନତାଙ୍କ ସେବାରେ ଉପସ୍ଥିତ ଥିବାବେଳେ, ଡ୍ରାଇଭର ଭାଇମାନେ ସଦାସର୍ବଦା ସଚେତନ ରହିବା ପାଇଁ ଆହ୍ୱାନ ଦେଇଥିଲେ। ଯେପରିକି ଗାଡି ଚଳାଉଥିବାବେଳେ ବାଧ୍ୟତା ମୁଳକ ଭାବରେ ନିଜ ୟୁନିଫର୍ମ ପିନ୍ଧିବା, ସର୍ବଦା ନିଜ ପାଖରେ ଡ୍ରାଇଭର ସଂଘର ନିଜ ଆଇଡେଣ୍ଟିଟି କାର୍ଡ ରଖିବା ସହ ଗାଡି ଚଲାଇବା ସମୟରେ ମଦ୍ୟପାନ ନକରିବା ପାଇଁ କହିଥିଲେ। ଏଥିରେ ସଭାରେ ଉପସ୍ଥିତ ସମସ୍ତ ଡ୍ରାଇଭର ମହାସଙ୍ଘ ସଦସ୍ୟ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ମଞ୍ଚସିନ ଥିବା ମୁଖ୍ୟ ଅତିଥିଗଣ ଡ୍ରାଇଭର ଭାଇମାନଙ୍କ ବିଭିନ୍ନ ସମସ୍ୟା ସହ ସଚେତନତା ଉପରେ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ। ଶେଷରେ ଭବାନୀପାଟଣା ମ୍ୟୁନିସିପାଲିଟି ଡ୍ରାଇଭର ସଂଘ ସଭାପତି ଶ୍ରୀଯୁକ୍ତ ପଦ୍ମନ ଘଡେଇ ସଭାରେ ଉପସ୍ଥିତ ମୁଖ୍ୟ ଅତିଥି ମାନଙ୍କୁ ତଥା ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଭା ସମାପନର ଘୋଷଣା କରିଥିଲେ।