ଆଜିର ଖବର..
ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। କାଲିପାଇଁ କୋଡିଏ ଜିଲ୍ଲାକୁ ଆଲର୍ଟ ଜାରି, ଘଡଘଡି ସହ ଜୋର ବର୍ଷା ହେବ
ଶିକ୍ଷା ବ୍ୟବସ୍ଥାରେ ପୁଣି ନୂଆ ନିୟମ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
ପୁରୀ ଶ୍ରୀମନ୍ଦିର ପୁଣିଥରେ ଖେଳଘର ପାଲଟିଲା। ମେଘନାଦ ପାଚେରୀ ଡେଇଁ ଚାରିଜଣ ମନ୍ଦିର ଭିତରେ ପଶିଗଲେ। ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ।
ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଂଶିକ ଭାବେ ସଫଳ। କିଛି ସ୍ଥାନରେ ପ୍ରଭାବୀ।
ଭାରତ ବନ୍ଦ ଡାକରାର ପ୍ରଭାବ ବି ଆଂଶିକ। ଓଡ଼ିଶାରେ ବିଶେଷ ପ୍ରତିକ୍ରିୟା ନାହିଁ
ଭୁବନେଶ୍ୱରରେ ବାଇ ପାସ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ। କେନ୍ଦ୍ରୀୟ ଅନୁମୋଦନକୁ ଅପେକ୍ଷା।
ଆସନ୍ତା କାଲି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ସମ୍ବିଧାନ ବଞ୍ଚାଅ କମିଟି ଘୋଷଣା କରିଛି ପ୍ରଦେଶ କଂଗ୍ରେସ କମିଟି
ବିଜେପି ସଭାପତି ମନମୋହନଙ୍କ ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ନିଗମ ଅଧ୍ୟକ୍ଷ ମୁଆଁ ବଣ୍ଟା ହୋଇପାରେ।
ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ। ସରକାରୀ ଜାଗା ଚିହ୍ନଟ ହୋଇଛି।
ବିଭିନ୍ନ ପଞ୍ଚାୟତ ଜଳଘେରରେ, କେଉଁଠି ଭୁଶୁଡିଲାଣି ପୋଲ। ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଲେ ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ
ରାଜ୍ୟରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶ ଯାଞ୍ଚକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ। ପ୍ରଶାସନିକ ଉଦାସୀନତାରୁ ଲକ୍ଷ ଲକ୍ଷ ପଶିଛନ୍ତି, ଧରିବା ଅସମ୍ଭବ।
ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଲା। ଘରପାଖରେ ଜମିଥିବା ପାଣିକୁ ସଫା ରଖିବାପାଇଁ ନିବେଦନ କଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ
ବିଜେପି ନେତା ଜଗନ୍ନାଥ ପ୍ରଧାନ ଝାରପଡା ଜେଲରୁ ମୁକୁଳି, ରୋଡ଼ ଶୋ କରି ଘରକୁ ଗଲେ। ଅତିରିକ୍ତ କମିଶନର ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ।
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲର କ୍ୟାନସର୍ କେୟାର ୟୁନିଟ୍ ବିଲଡିଂ ତିଆରି କାମ ଅଧାରେ ଅଟକିଲା। ସରିବା ନେଇ ଅନିଶ୍ଚିତତା।
ଖୋର୍ଦ୍ଧା ଖୁଣ୍ଟୁଣୀରେ ବାଇକ୍ ଧକ୍କାକୁ ନେଇ ତୁମୁଳକାଣ୍ଡ, ଯୁବକଙ୍କୁ ବାଡେଇ ଚଳନ୍ତା ଗାଡ଼ି ଆଗକୁ ଫିଙ୍ଗିଦେଲେ, ଯୁବକ କାହ୍ନୁ ରାଉତ ମୃତ
କୋରାପୁଟ ବନ୍ଧୁଗାଁରେ ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଥାନାରେ ଅଟକ।
ଗଂଜାମ ଦିଗପହଣ୍ଡିରେ ଦୁଇ ବାଇକରେ ୪ ଦୁର୍ବୃତ୍ତ ଆସି ଶିକ୍ଷକଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିଛନ୍ତି
ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ।
ପୁରୀ ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ। କଣାସରେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା
ପୁରୀ ଜିଲ୍ଲା ପିପିଲିରେ ଏବର୍ଷ ପୁଣି କୁକୁଡ଼ା ମଡ଼କ, ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି। ଚିନ୍ତାରେ ଚାଷୀ, ଆତଙ୍କିତ ଗ୍ରାମବାସୀ।
ଛତ୍ରପୁରରେ ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା।
ଜଗା ଦର୍ଶନ ସାରି ଫେରିବା ବେଳେ ବାଲେଶ୍ଵର ସିମୁଳିଆରେ ସ୍କୁଟି ଆରୋହୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ପଶ୍ଚିମବଙ୍ଗ ବିଧାୟକ ଗୌତମ ଚୌଧୁରୀ। ଚାଳକ ମୃତ
ଗୁୁଜୁରାଟରେ ଭଦୋଦରା ଆନନ୍ଦ ମୁଖ୍ୟ ଜନଗହଳି ରାସ୍ତାରେ ପୋଲ ଭାଙ୍ଗି ଅନେକ ମୃତ ଓ ଆହତ। ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ରାଜସ୍ଥାନରେ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣା ହୋଇ ବାୟୁସେନାର ୨ ଜଣ ପାଇଲଟ୍ଙ୍କ ମୃତ୍ୟୁ। ପାଞ୍ଚ ମାସରେ ତୃତୀୟ ଜାଗୁଆର ଦୁର୍ଘଟଣା
ଆଜିଠାରୁ ଲର୍ଡସ୍ ରେ ଭାରତ – ଇଂଲଣ୍ଡ ମଧ୍ୟରେ କ୍ରିକେଟ ଖେଳ ଆରମ୍ଭ
=======================
ଆଜି ଜାତୀୟ ମାଛଚାଷୀ ଦିବସ
ବିଶ୍ୱ ଉର୍ଜା ସ୍ବାଧିନତା ଦିବସ
ଆଜି ଜନ୍ମଦିନ: ନିକୋଲା ଟେସଲା/ ସୁନୀଲ ଗାଭାସ୍କର, ରାଜନାଥ ସିଂ, ଆଲୋକ ନାଥ, ପୂର୍ଣ୍ଣିମା ହେମ୍ବ୍ରମ (ଖେଳ, ମୟୁରଭଞ୍ଜ), ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ (ନୃତ୍ୟ, ପୁରୀ)
ଇତିହାସରେ ଆଜି: (୧୮୦୬) ଭେଲୋରରେ ବ୍ରିଟିଶ ବିରୁଦ୍ଧରେ ସିପାହୀ ବିଦ୍ରୋହ/ (୨୦୧୭) ଆତଙ୍କୀ ଆକ୍ରମଣରେ ଆଠ ଅମରନାଥ ଯାତ୍ରୀ ମୃତ/ ରୋମାନିଆ ବୁଲଗାରିଆ ଯୁଦ୍ଧ (୧୯୧୩), ଡେନମାର୍କ ଦ୍ୱାରା ଗ୍ରୀନଲାଣ୍ଡ ଅକ୍ତିଆର (୧୯୨୪)
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
