March 8, 2026

ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

c7d2e86d-533b-4872-8294-1a07ed4dacea
Share

ପାରଳାଖେମୁଣ୍ଡି, ତା.୧୦.୦୭.୨୦୨୩

ଗଜପତି ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀମତୀ ଲିଶା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଏବଂ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ,ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅଲୋକପାତ କରିଥିଲେ । ଏଥିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ମତ୍ସ୍ୟ ଚାଷୀଙ୍କୁ ଅଳ୍ପ ଅର୍ଥ ବିନିଯୋଗ କରି ଅଧିକ ଲାଭ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ମାଛ ଚାଷ ଉତ୍ପାଦନ ହେଉଛି। ମତ୍ସ୍ୟ ଚାଷ କରିବା ଦ୍ଵାରା ଚାଷୀ ଭାଇ ଭଉଣୀ ମାନେ ଅଧିକ ଲାଭବାନ ପାଇପାରିବେ, ସେହିପରି ଜିଲ୍ଲାରେ ସୀତା ସାଗର, କୃଷ ସାଗର ଓ ଛଟ ବଡ଼ ପଖରି ନିର୍ମଳ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଏଥିସହିତ ମତ୍ସ୍ୟ ଚାଷୀ ନୂତନ ଜ୍ଞାନ କୌଶଳ ପଦ୍ଧତି ଆପଣାଇବା ସହ ତଳିଆ ଜମିରେ ମାଛ ଚାଷ କରି ମତ୍ସ୍ୟ ପୋଖରୀ ନିର୍ମାଣ ଏବଂ ମହିଳା ସଶକ୍ତିକରଣ ଓ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗଜପତି ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିଥିବା ପାଇଁ ଅନୁରୋଧ କରିଛନ୍ତି।
ସେହିପରି ଜିଲ୍ଲାର ଅଗ୍ରଣୀ ମତ୍ସ୍ୟ ଚାଷୀ ଗୋଷାଣୀ ବ୍ଲକର ଶ୍ରୀମତୀ ପୂଜା ବେହେରା ଓ ସୋନି ପଣ୍ଡା, ଗୁମ୍ମା ବ୍ଲକର ଗଣପତି ଗୌଡ଼, ରାୟଗଡ଼ ବ୍ଲକର ଗୌରାଙ୍ଗ ଶବର ଓ ଆର.ଉଦୟଗିରି ବ୍ଲକର ମା ସନ୍ତୋଷୀ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲାରେ ଉଦୀୟମାନ ମତ୍ସ୍ୟ ଚାଷୀ ଭାବେ ଜିଲ୍ଲାପାଳ ମାନପତ୍ର ଓ ଟ୍ରଫି ସହ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଆଜିର ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବହୁ ମତ୍ସ୍ୟ ଚାଷୀ ଯୋଗ ଦେଇଥିଲେ ।