ରାଷ୍ଟ୍ରୀୟ ଖ୍ରୀଷ୍ଟି୍ୟାନ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଆଠ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ ..
ବାଲେଶ୍ୱର(ଶେଖ୍ ନାଜିମ୍)ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା ର ବାଲେଶ୍ଵର ଜିଲ୍ଲା ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଆଠ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି।ମୋର୍ଚ୍ଚା ର ଜିଲ୍ଲା ସଭାପତି ବିଶପ ଡି ବି ହୃଦୟ ଙ୍କ ନେତୃତ୍ୱ ରେ ମୋର୍ଚ୍ଚା ର ସଦସ୍ୟ ମାନେ ଫାଣ୍ଡି ଛକ ରୁ ବାହାରି ଏକ ଶୋଭାଯାତ୍ରା ରେ ଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ।ସଭାପତିଙ୍କ କହିବା ମୁତାବକ ଭାରତ ବର୍ଷ ଏକ ଗଣତନ୍ତ୍ରିକ ରାଷ୍ଟ୍ର ହୋଇଥିବା ବେଳେ ଦେଶର ଅନେକ ସ୍ଥାନରେ ତଥା କଥିତ ମନୁବାଦୀ ମାନେ ଭାରତ ର ଖ୍ରୀଷ୍ଟି୍ୟାନ ମୁସଲମାନ,ଆଦିବାସୀ ଓ ତଫସିଲଭୁକ୍ତ ଜାତି ର ଲୋକଙ୍କ ଧାର୍ମିକ ଆସ୍ଥା,ବିଶ୍ୱାସ କୁ ନଷ୍ଟ କରିବା ଲାଗି ବିଭିନ୍ନ କାର୍ଯ୍ୟ କରିବା ସହ ମୃତ ଲୋକଙ୍କ କବର ନଷ୍ଟ କରିବା,ଧର୍ମ ପରିବର୍ତ୍ତନ କରିଥିବା ଆଦିବାସୀଙ୍କ ମୃତ ଦେହକୁ ସାର୍ବଜନୀନ ଶ୍ମଶାନ ରେ ପୋତିବାକୁ ନ ଦେବା,ସେମାନଙ୍କୁ ଜାତି ଭିତ୍ତିରେ ସଂରକ୍ଷଣ ସୁବିଧାରୁ ବଞ୍ଚିତ କରିବା ଭଳି କାମ କରୁଛନ୍ତି।ଏ ସମ୍ପର୍କରେ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।ଏହି ପ୍ରତିବାଦ ସଭାରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ର ରାଷ୍ଟ୍ରୀୟ ସଭାପତି ସୌମ୍ୟ ରଞ୍ଜନ , ଜିଲ୍ଲା ଆବାହକ ସଞ୍ଜୟ ବିଶ୍ୱାସ, ଦୀପକ ହାତୀ,ସାଧୁ ଚରଣ ମଲ୍ଲିକ, ବାଇଧର ସିଂ,ସନ୍ତୋଷ ମାଝୀ, ମାନସ ରଞ୍ଜନ ସାହୁ,ଅଜୟ କୁମାର ଦାସ,ଅଶ୍ଵିନୀ କୁମାର ପ୍ରମୁଖ ଙ୍କ ସମେତ ତିନି ଶହ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହିଥିଲେ।
