April 24, 2026

ଭିଜିଲାନ୍ସ ଜାଲରେ ଗାଇସିଲାଟ ବ୍ଲକର ଜେଇ 

IMG-20250610-WA0020
Share

 

 

(ସୁରେନ୍ଦ୍ର କଠାର ,ବରଗଡ )

 

ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗଡ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଓରାମ ଅଭିଯୋଗକାରୀ ପ୍ରଦୀପଙ୍କଠାରୁ ୮ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲେ।

You may have missed