September 29, 2024

ମାଟିଇ ବାସ୍ନା ସାହିତ୍ୟ ଅନୁଷ୍ଠାନ ଏକ ଅନନ୍ୟ ମାଟିର ଗାଥା ଗାଉଥିବା ସାହିତ୍ୟ ଅନୁଷ୍ଠାନ …

Share

ମାଟିଇ ବାସ୍ନା ସାହିତ୍ୟ ଅନୁଷ୍ଠାନ ଏକ ଅନନ୍ୟ ମାଟିର ଗାଥା ଗାଉଥିବା ସାହିତ୍ୟ ଅନୁଷ୍ଠାନ । ମାଟିର ଭୁରୁଭୁରୁ ବାସ୍ନାରେ ମୋହିତ ମାଟି ଓ ଆକାଶର ମିଳନ ବେଳାରେ ଜନ୍ମ | ଜଗନ୍ନାଥଙ୍କ ଧାମରେ ସୂନକ୍ଷତ୍ର ପାଳନ କରି ନିଜକୁ ଧନ୍ୟ ମନେ କରିଛି । ତା ୯. ୬. ୨୦୨୪ ରେ ଏହାର କାର୍ଯ୍ୟକ୍ରମ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ପୁରୀ ରେ ରାଜ୍ୟସ୍ତରୀୟ ସାରସ୍ବତ ବନ୍ଧୁମିଳନର କବିତା ଆସର ଭଜନ ସମାରୋହ ଓ ମାଟିର କଳିକା ପୁସ୍ତକ ଉନ୍ମୋଚନ କରିଥିଲା । ୨୯ ଟି ଜିଲ୍ଲାରୁ କବି କବୟିତ୍ରୀ ଭାଇ ଭଉଣୀ ମାନଙ୍କୁ ରାଜ୍ୟସ୍ତରୀୟ ସାରସ୍ବତ ସମ୍ମାନରେ ସମ୍ମାନୀତ କରାଯାଇଛି । ବିଶିଷ୍ଟ କବି ମାନକୁ ରାଜ୍ୟସ୍ତରୀୟ ସାରସ୍ଵତ ମହୋଦଧି ସମ୍ମାନ ଓ ରାଜ୍ୟ ସ୍ତରୀୟ ସାରସ୍ବତ ଶରଧା ବାଲି ସମ୍ମାନରେ ସମ୍ମାନିତ କରିବା ସଙ୍ଗେସଙ୍ଗେ ପତିତ ପାବନ ବନ୍ଧୁ ଭଜନ ଗାଇ ଥିବା ପିଲା ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସମଗ୍ର ପ୍ରକୋଷ୍ଠ ଟି ଉତ୍ସବ ମୁଖର ହୋଇଉଠିଥିଲା | ପ୍ରଥମ ଅଧିବେଶନରେ କବିତା ପାଠ ପରେ ପରେ ଅତିଥିଙ୍କୁ ମନ୍ତ୍ରଆମନ୍ତ୍ରଣ -କବି ହୃଷିକେଶ ପ୍ରଧାନ ଓ ସୁରେନ୍ଦ୍ର ନାଥ ଖଣ୍ଡୁଆଳ ପ୍ରଦୀପ ପ୍ରଜ୍ୱଳନ କରିଥିଲେ l

୨ୟ ଅଧିବେଶନରେ
ସୁଶାନ୍ତ କୁମାର ସିଂହ ରାଜ୍ୟ ପରିଚ଼ାଳକ ମାଟିର ବାସ୍ନା
ସଭାପତି ରାଖାଲ ଚ଼ନ୍ଦ୍ର ସ୍ୱାଇଁ
ମୁଖ୍ୟ ଅତିଥି ପ୍ରଫେସର ମଦନ ମୋହନ ଝା ଡ଼ାଇରେକ୍ଟର କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଶ୍ରୀ ସଦାସିବ ପରିସର ପୁରୀ
ମୁଖ୍ୟ ବକ୍ତା ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ଓଡ଼ିଶା ଅର୍ଥସେବା ଅଧିକାରୀ
ସମ୍ମାନ୍ନିତ ବକ୍ତା ଶିବ ସୁନ୍ଦର ମିଶ୍ର ନାଟ୍ୟକାର
ସମ୍ମିନ୍ତିତ ଅତିଥି ବିପନ୍ ବିହାରୀ ଦଲେଇ
ସମ୍ମାନିତ ଅତିଥି -ଡ଼ ବିଶ୍ଵନାଥ ମିଶ୍ର
ସମ୍ମାନିତ ବକ୍ତା ଅଧ୍ୟାପିକା ସ୍ଵପ୍ନା ମହାନ୍ତି ନବରଙ୍ଗ ପୁର
ସମ୍ମାନ୍ନିତ ବକ୍ତା କମଳିନୀ ପାଣିଗ୍ରାହୀ ପୁରୀ
ସମ୍ପାଦିକା ସରସ୍ବତୀ ବାରିକ୍ ପ୍ରମୁଖ ମଞ୍ଚାସିନ ଥିଲେ lଧନ୍ୟବାଦ ଅର୍ପଣ କରିଥିଲେ କୃଷ୍ଣଚନ୍ଦ୍ର ମହାପାତ୍ର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ