ଆଜିର ଖବର..

୧-ନୂଆ ଦିଲ୍ଲୀ:ତିନି ରାଷ୍ଟ୍ରାୟତ ତୈଳ ସଂସ୍ଥା,ଅନୁ ପ୍ରବାହୀ ଶିଳ୍ପ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ୧୩ଟି ଚୁକ୍ତିନାମା,୧,୦୩,୦୯୦ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ।
୨-ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ, ଆଉ ୨ ଦିନ ମଧ୍ୟରେ ଶେଷ ହେବ ଖାତା ଦେଖା।
୩-ବାଲେଶ୍ବର:ପୁଲିସ୍ ବାରାକ୍ରେ ଜୀବନ ହାରିଲେ ମହିଳା କନଷ୍ଟେବଳ, କାରଣ ଅସ୍ପଷ୍ଟ।
୪-ଭୁବନେଶ୍ୱର:ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ପ୍ରଦୀପ କୁମାର ଜେନା।
୫-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଦୁର୍ବଳ ହେବ, ଏହାର ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା।
୬-ଭୁବନେଶ୍ୱର:ସହରରେ ୩ ଥାକିଆ ଲେନ ଡ୍ରାଇଭିଂ, ପରୀକ୍ଷା ମୂଳକ ଭାବେ ଜୟଦେବ ବିହାରରୁ ଆରମ୍ଭ।
୭-ଭୁବନେଶ୍ୱର:କମିଶନରେଟ ପୋଲିସର ମୋବାଇଲ ମେଳା, ଫେରାଉଛି ଚୋରି ମୋବାଇଲ।
୯-କିଟ୍ ନେପାଳ ଛାତ୍ରୀ ମୃତ୍ୟୁ ଘଟଣା : NHRC ପ୍ରୋସିଡିଙ୍ଗ ଉପରେ ଓଡିଶା ହାଇକୋର୍ଟଙ୍କ ରହିତାଦେଶ, ୨୯ରେ ହେବ ପରବର୍ତ୍ତୀ ଶୁଣାଣି।
୧୦-କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇରେ ଉତ୍ତେଜନା, ସାରଥିଙ୍କ ସତସଙ୍ଗରେ ହେଲା ଅଣ୍ଡା ମାଡ଼,ଅଧାରୁ ବନ୍ଦ ରହିଲା ପୂଜା।
୧୧-ଜଗତସିଂହପୁର,ନାଉଗାଁ:ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ, କଟକ ବଡ଼ ମେଡିକାଲକୁ ହେଲେ ସ୍ଥାନାନ୍ତର।
୧୨-କେନ୍ଦୁଝର:ମା’ ତାରିଣୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କଲେ ଭକ୍ତ।ଦାନ କରିଥିବା ଭକ୍ତ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ।
୧୩-ମାଲକାନଗିରି:ମାଓ ସଂଗଠନକୁ ଶକ୍ତ ଝଟ୍କା, ୩୧ ମାଓବାଦୀ କଲେ ଆତ୍ମସମର୍ପଣ।
୧୪-ସମ୍ବଲପୁର:ସବ୍-ରେଜିଷ୍ଟାର ସୂର୍ଯ୍ୟନାରାୟଣ ସାମଲ ସସ୍ପେଣ୍ଡ; ଜମି ଜାଲିଆତି ମାମଲାରେ ରାଜସ୍ବ ବିଭାଗର ଆକ୍ସନ।
୧୫-ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
୧୬-ପୁରୀରେ ବଡ ଅଘଟଣ, ବସଷ୍ଟାଣ୍ଡରେ ବସ୍ ଭିତରେ ରୋଷେଇ ହେଉଥିଲା,ନିଆଁ ଲାଗି ସବୁ ଜଳିଗଲା।
୧୭-ଶ୍ରୀକାକୁଲମ: ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍।ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ।
୧୮-ମୁଲାନପୁର:ପ୍ରିୟାଂଶଙ୍କ ବିସ୍ଫୋରକ ଶତକ,CSKର କ୍ରମାଗତ ୪ର୍ଥ ପରାଜୟ।
୧୯-ନୁଆ ଦିଲ୍ଲୀ:କେନ୍ଦ୍ର ସରକାର ଲାଗୁ କଲେ ୱାକଫ ସଂଶୋଧନ ଆଇନ।
୨୦-ଇଟାନଗର:ସରକାରୀ କାର୍ଯ୍ୟାଳୟରୁ ହେରୋଇନ୍ ଜବତ, ଜଣେ କର୍ମଚାରୀ ଗିରଫ।
୨୧-ନୂଆଦିଲ୍ଲୀ:ପୁରୁଣା ରାଜେନ୍ଦ୍ର ନଗରରେ ମର୍ମନ୍ତୁଦ କାର ଦୁର୍ଘଟଣା; ୫ UPSC ଆଶାୟୀ ସମେତ ୬ ଆହତ।
୨୨-ଚୀନ ବିରୋଧରେ ଟ୍ରେଡ ୱାରର ବିଗୁଲ ଫୁଙ୍କିଲେ ଟ୍ରମ୍ପ, ଲଗାଇଲେ ୧୦୪ ପ୍ରତିଶତ ଟ୍ୟାକ୍ସ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*