September 19, 2026

ବେଆଇନ ମହୁଲ ଫୁଲ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଅବକାରୀ ବିଭାଗର ଚାବୁକ..

IMG-20250410-WA0006
Share

 

କନ୍ଧମାଳ ( ଦେବାଶିଷ ଦାଶ )

କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଛୋଟ ବଡ଼ ବସ୍ତାରେ ଭର୍ତ୍ତି ମହୁଲ ଫୁଲକୁ ଜବତ କରିଛି। ବିଭାଗ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରିଛି। ପ୍ରକାଶ ଯେ, ଉକ୍ତ ବ୍ଲକ ତିଲୋରୀ ଗ୍ରାମର ଜୈନିକ ବ୍ୟବସାୟୀ ଦୀର୍ଘ ଦିନ ହେଲା ବେଆଇନ ଭାବେ କୌଣସି ପଞ୍ଜିକୃତ ନଥାଇ ମହୁଲ ଫୁଲ କିଣା ବିକା କରୁଥିଲେ। କୌଣସି ସୂତ୍ରରୁ ଦାରିଙ୍ଗବାଡି ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ଖବର ପାଇ ବୁଧବାର ଅପରାହ୍ନରେ ଚଢ଼ାଉ କରି ଗୋଦାମ ଗୃହରୁ ମହୁଲ ଫୁଲକୁ ଜବତ କରିଛନ୍ତି। ଏହାର ଓଜନ କରିବା ପରେ ଏହାର ସରକାରୀ ମୂଲ୍ୟ ନିର୍ଦ୍ଧାରଣ କରାଯିବ ବୋଲି ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ କହିଛନ୍ତି।

You may have missed