September 19, 2026

ଅନୁଗୋଳରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ସଂଗଠନ ସୁଦୃଢ଼ୀକରଣ ଓ ଜନସେବା ନେଇ ଆଲୋଚନା

IMG-20260919-WA0069
Share

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ସାଂଗଠନିକ କାର୍ଯ୍ୟକଳାପ, ଆଗାମୀ କାର୍ଯ୍ୟପନ୍ଥା ଏବଂ ଜନସେବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗଦେଇ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ଓ ଜନସେବାକୁ ଗୁରୁତ୍ୱ ଦେଇ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ।

ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକର ପୂର୍ବତନ ବିଧାୟକ ରମେଶ ସାଏ, ଜିଲ୍ଲା ବିଜେପି ସଭାପତି ଯଜାତି ପଟ୍ଟନାୟକ ଏବଂ ଜିଲ୍ଲା ବିଜେପି ପ୍ରଭାରୀ ତଥା ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସମେତ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସକ୍ରିୟ କରିବା, ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁ ଭାବେ ପରିଚାଳନା କରିବା ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେବା ନେଇ ମତବିନିମୟ ହୋଇଥିଲା।