ଜାତିଆଣ ଆକ୍ଷେପ ଗାଳି ଗୁଳଜ ନେଇ ଥାନା ରେ ଏତଲା ଦେଲେ ଆଦିବାସୀ ସମାଜ
ରାମନାଗୁଡା:ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଠାରେ ଜାତିଆଣ ଭେଦଭାବ ନେଇ ରାମନାଗୁଡା ଥାନାରେ ଏତଲା ଦେବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ପୁରୁଷ ବନ୍ଧୁ ନିର୍ମଳ କୁମାର କାମ୍ବ।, ଜୟା ବିଡ଼ିକା ନାମକ ଏକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଥିଲା ।ଏମିତି କିଛି ବର୍ଷ ବିତି ନିଜର ଦେହ ସୁଖ ପାଇଁ ୧୫ ବର୍ଷ ହୋବ ଶାରୀରିକ ସମ୍ପର୍କ ରହିଥିଲା।ଯଦି ମୋ ସହ ସମ୍ପର୍କ ନ ରଖିଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିବା ଅଭିଯୋଗ ହୋଇଛି। ଶେଷରେ ମହିଳା ଜଣକ ଗର୍ଭ ଧାରଣ କଲେ ପରେ ପୁରୁଷ ବନ୍ଧୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭ ପାତ କରିବା ପାଇଁବାଧ୍ୟ କରିଥିଲେ ।ଇତି ମଧ୍ୟରେ ଗୋଟିଏ ପୁତ୍ର ସନ୍ତାନ ଗ୍ରହଣ ହୋଇଛି।ଛୁଆ ଜନ୍ମ ହେବାର କିଛି ଦିନ ବିତିଗଲା ପରେ ନିର୍ମଳ କୁମାର କାମ୍ବ।ଙ୍କ ଦେଖା ନ ମିଳିବାରୁ ମହିଳା ଜଣକ ନିଜର ନ୍ୟାୟ ପାଇବା ପାଇଁ ନିଜର ଆଦିବାସୀ ସମାଜ ର ସହଯୋଗ ଲଡ଼ିଥିଲେ।ଆଦିବାସୀ ସମାଜ ନିର୍ମଳ ଙ୍କୁ ଡାକି ପଚାରିବାରୁ ସେ ସବୁ କଥା ମାନି ପୁତ୍ର ସନ୍ତାନ ମୋ ଔରସରୁ ଜନ୍ମ ଲାଭ କରିଛି ବୋଲି ମାନି ନେଇଥିଲା।ମହିଳା ଜଣକୁ ନିଜର ସ୍ତ୍ରୀ ର ମାନ୍ୟତା ଦେଇ ନିଜ ଘରକୁ ନେବାକୁ ଆଦିବାସୀ ସମାଜ ଦାବିକରିଥିଲା ।କିନ୍ତୁ ଏହାକୁ ଏହାକୁ କାମ୍ବା ଆଦୌ ରାଜି ହୋଇନଥିଲା।ସମାଜ ର ବରିଷ୍ଠ ନାଗରିକ ମାନେ ବୁଝେଇବା ସତ୍ୱେ ଆଦିବାସୀ ସମାଜ କୁ ନୀଚ ଜାତିର ଲୋକ ବୋଲି ଜାତିଆଣ କୁ ନୀଚ ଦୃଷ୍ଟି ରେ ଗାଳି ଗୁଳଜ ଦେବାକୁ କାମ୍ବା ପଛଘୁଞ୍ଚା ବି ଦେଇନଥିଲା।କାମ୍ବା ଯୋଉ ଭାଷା କହିଛନ୍ତି ଶୁଣିବି ପାରିବେ ନାହିଁ। ଯଦି ନିଚ୍ଚ ଜାତିର ଝିଅ କହୁଛ ତେବେ କି ଭଳି ଭାବେ ନିଜର ଦେହ ସୁଖ ପାଇଁ ଜୟା ବିଡ଼ିକା ସହ ସହବାସ କରୁଥିବା ପ୍ରଶ୍ନ କରିବାରୁ ମୋର କିଛି କରିପାରିବ ନାହିଁ ବୋଲି କାମ୍ବା ଆଦିବାସୀ ସମାଜ ପ୍ରତି ଘୃଣ୍ୟ ମନ ରେ ଗାଳି କରିଥିଲେ ।ଆଦିବାସୀ ସମାଜ ର କନ୍ଧ ମାନେ କେବେ ମିଟିଙ୍ଗ କଲେ କିଛି କରି ପାରିବ ନାହିଁ ବୋଲି କହିବା ସହ ମୋ ସହ ଯିଏ ଲାଗିବ ତୁମ ସମସ୍ତଙ୍କୁ ଜଣ ଜଣ କରି ଜୀବନ ରୁ ମାରିଦେବାକୁ ଧମକ ଦେଇଥିବା ଉଲେଖ ରହିଛି ।
