March 8, 2026

ପୋଲlମ୍ମl ଠାକୁରାଣୀ ଙ୍କ ନୂତନ ପ୍ରାସାଦ ଓ ମହାବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ କଳସ ଯାତ୍ରା…

ujgyi
Share

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆ ପୋଡମ ପେଟା(ସିଦ୍ଧାନ୍ତ ନଗର )ରେ ପୋଲାମ୍ମl ଠାକୁରାଣୀ ଙ୍କ ନୂତନ ପ୍ରlସାଦ, ମହାବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ସାଙ୍ଗକୁ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି l ଏହି ଅବସରରେ ଶୁକ୍ରବାର ଦିନ ଭୋର ସମୟରୁ ପୁଣ୍ୟତୋୟା ଋଷିକୂଲ୍ୟା ନଦୀ ରେ ପୂଜାଅର୍ଚନା କରାଯାଇଥିଲା l ପରେ ଶ୍ରଦ୍ଧାଳୁ ମାନେ ପବିତ୍ର ଜଳ ପୂର୍ଣ୍ଣକୁମ୍ଭ ମସ୍ତକରେ ଧାରଣ କରି ସେଠାରୁ ବାଦ୍ୟ ବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ବାହାରିଥିଲା l ଏହି କଳସ ଯାତ୍ରା ରେ ମହିଳା, ପୁରୁଷ ମାନେ ମୁଣ୍ଡ ରେ ପୂର୍ଣ୍ଣ କୁମ୍ଭ ଧରି ପୋଡମପେଟା ଗ୍ରାମ ଯଂଜ୍ଞ ସ୍ଥଳ ଅଭିମୁଖେ ବାହାରିଥିଲେ l ଏହି କାର୍ଯ୍ୟକ୍ରମ ଆସନ୍ତା 13 ତାରିଖ ରେ ସମାପନ ହେବ l ଏହି ଅବସରରେ ରେ ସନ୍ଧ୍ୟା ରେ ଭଜନ ସମାରୋହ, ସହିତ ପ୍ରବଚନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି l ପ୍ରଵକ୍ତା ଭାବେ ମାଳିକା ଗବେଷକ ପ୍ରମଦ କୁମାର ଯୋଗ ଦେଉଥିବା ଆୟୋଜକ ଙ୍କ ଠାରୁ ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମ କୁ ଆଖପାଖ ଅଞ୍ଚଳ ର ସମସ୍ତ ଗ୍ରାମ ବାସୀ ମାନେ ସହଯୋଗ କରୁଥିବା ଜଣାପଡିଛି l ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଚି l(ପ୍ରଦୀପ କୁମାର ପଣ୍ଡା)