ଆଜିର ଖବର..
୧-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ,୮ଟି ବିଭାଗର ୧୧ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ।
୨-ଶୀତ ପାଇଁ ବଦଳିଲା ବିଦ୍ୟାଳୟ ସମୟ।କଟକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଶନିବାର ସକାଳ ପରିବର୍ତ୍ତେ ଦିନ ସମୟରେ ଆରମ୍ଭ କରିବାକୁ ନିର୍ଦ୍ଦେଶ।
୩-ଶିମିଳିପାଳ ଭାଙ୍ଗିଛି ୧୩ ବର୍ଷର ଶୀତ ରେକର୍ଡ, ଗତକାଲି ଦିନରେ ୧ ଡିଗ୍ରୀ ତଳେ ଥିଲା ତାପମାତ୍ରା ଓ ରାଉରକେଲା ୨.୪ ଡିଗ୍ରୀ।
୪-ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକ୍କା ଘର । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ପିଏମ୍ ଆବାସ ପାଇଁ ଆବେଦନ କରିଛନ୍ତି ୩୭ ଲକ୍ଷ ହିତାଧିକାରୀ ।
୫-ଭୁବନେଶ୍ୱର:ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୧୪୦ କୋଟି,୭୨ ସରକାରୀ ITI ସୁଦୃଢ ହେବ।
୬-PUCC ମାମଲାରେ ରାଜ୍ୟ ସରକାରଙ୍କୁ କୈଫିୟତ ତଲବ, ଅବଧି ସରିବାର ୭ ଦିନ ମଧ୍ୟରେ କରାଯାଇ ପାରିବ ନାହିଁ ଚାଲାଣ।
୭-PUCCରେ ଅବ୍ୟବସ୍ଥା ନେଇ ବର୍ଷିଲେ ନବୀନ; କହିଲେ, ପୂର୍ବ ପରିକଳ୍ପନା ନକରି ନିୟମ ଲାଗୁ କରିବା ସରକାରଙ୍କ ବିଫଳତା।
୮-ପ୍ରତି ଥାନାରେ ରହିବେ କ୍ରାଇମ୍ ସିନ୍ ଅଫିସର, ତଦନ୍ତରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ହେବେ ସହାୟକ।
୯-ଭୁବନେଶ୍ୱର:ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ ଆୟୋଜିତ, ରଙ୍ଗ ବେରଙ୍ଗ ଫୁଲର ବାସ୍ନାରେ ମହକୁଛି ଏକାମ୍ର ପାର୍କ।
୧୦-ସ୍ବର୍ଗଦ୍ବାର ସମ୍ମୁଖରେ ବୀଭତ୍ସ ହତ୍ୟା, ଅନ୍ତିମ ସଂସ୍କାର ପାଇଁ ପୁରୀ ଆସି ନିଜ ଜୀବନ ହାରିଲେଭଦ୍ରକର ରଂଜନ ଦାସ ।
୧୧-ଦିଗପହଣ୍ଡି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ୪ ଲକ୍ଷ ଟଙ୍କାର ସହାୟତା କଲେ ଘୋଷଣା।
୧୨-ମୁମ୍ବାଇ: ନ୍ୟୁଜଲାଣ୍ଡ ଶୃଙ୍ଖଳା ରବିବାର ଠାରୁ, ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ।
୧୩-WPL: ମୁମ୍ବାଇ ଠାରୁ ବିଜୟ ଛଡ଼ାଇ ନେଲା ବେଙ୍ଗାଳୁରୁ।
୧୪-ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷିକା ହେଲେ ଓଡ଼ିଶାର ଗାୟତ୍ରୀ ମଲ୍ଲିକ।
୧୫-ଆସନ୍ତା ୧୨ ରେ ଓଡ଼ିଶା ରାଜନୀତି ନେବ ନୂଆ ମୋଡ଼, ଯୁବ ଦିବସରେ ଶକ୍ତି ପ୍ରଦର୍ଶନ କରିବେ ମହମ୍ମଦ ମୋକିମ୍, ଯୋଗଦେବେ ତିନି ଦଳର ଅସନ୍ତୁଷ୍ଟ ଯୁବନେତା।
୧୬-ରାଜ୍ୟରେ ବୃଦ୍ଧି ହେବ ୫୦୨ ମେଡ଼ିକାଲ ପିଜି ସିଟ୍ ! ଚିଠି ଲେଖିଲେ ଡିଏମ୍ଇଟି।
୧୭-ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିଲେ ଯିବାକୁ ପଡ଼ିପାରେ ଜେଲ, ନଜର ରଖିଛନ୍ତି କ୍ରାଇମବ୍ରାଞ୍ଚ ଓ ଏନସିଆରବି।
୧୮-ମାଲକାନଗିରି:୬୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଦେଢ଼ କୋଟି ଟଙ୍କା ପୁରସ୍କାର ଥିଲା ମୁଣ୍ଡ ଉପରେ।
୧୯-କୋଲକାତା ଡ୍ରାମା: ହାଇକୋର୍ଟ ମନା କଲେ, I-PAC ମାମଲାରେ ସୁପ୍ରିମକୋର୍ଟ ଯାଇପାରେ ED।
୨୦-ଜାନୁଆରୀ ୨୮ରୁ ସଂସଦର ବଜେଟ ଅଧିବେଶନ, ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ସେସନ।
୨୧-ହିମାଚଳ ପ୍ରଦେଶରେ ଭୟଙ୍କର ଦୁର୍ଘଟଣା; ଘାଟିରୁ ୬୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍ , ୮ ମୃତ,ଏକାଧିକ ଆହତ।
୨୨-ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା: ନିୟନ୍ତ୍ରଣ ହରାଇଲା କାର, ୧୫ ଜଣଙ୍କୁ ଧକ୍କା ଦେଲା, ଜଣଙ୍କର ମୃତ୍ୟୁ
🙏 *ସୁପ୍ରଭାତ* 🙏
