May 11, 2026

ଠାକୁରାଣୀ ଙ୍କ ପୋଖରୀ କୁ ନେଇ ୨ ଗୋଷ୍ଠୀ ଭିତରେ ବିବାଦ  ଘଟଣା ସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଲା ଜିଲ୍ଲା ସ୍ତରୀୟ ଟିମ୍

IMG-20250110-WA0009
Share

ଅସ୍ତରଙ୍ଗ ୧୦/୧ :ଗ୍ରାମାଞ୍ଚଳ ରେ ଲୋକ ମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ କରିବାକୁ ସରକାର ଆଣିଛନ୍ତି ଅନେକ ସ୍କିମ, ଗ୍ରାମାଞ୍ଚଳ ରେ ପୋଖରୀ ରେ ମାଛ ଚାଷ କରାଇବା ସହ ଲୋକ କିପରି ସ୍ୱାବଲମ୍ବୀ ହେବେ ଓ ଗ୍ରାମ ର ଅନୁଷ୍ଠାନିକ ବିକାଶ ହେବ ସେଥିପାଇଁ ପୋଖରୀ କୁ ଗ୍ରାମାଞ୍ଚଳ ସ୍ୱାର୍ଥ ରେ ନିଲାମ କରାଯାଏ କିନ୍ତୁ ଅସ୍ତରଙ୍ଗ ବ୍ଲକ ଛୁରୀଅନା ପଞ୍ଚାୟତ ସଅନ ଗ୍ରାମ ରେ ଆସିଛି ସମ୍ପୂର୍ଣ୍ଣ ଅଲଗା ପ୍ରସଙ୍ଗ ,କିଛି ଗ୍ରାମବାସି ଅଭିଯୋଗ ଆଣିଛନ୍ତି ଗ୍ରାମ ର ସରପଞ୍ଚ ନିଜ ଦଳୀୟ ଲୋକ ଙ୍କ ସ୍ୱାର୍ଥ ସାଧନ ପାଈଁ ଠାକୁରାଣୀ ଙ୍କ ରେକର୍ଡ ଭୁକ୍ତ ପୋଖରୀ କୁ ପଞ୍ଚାୟତ ପୋଖରୀ ଦର୍ଶାଇ ଏଠି ବ୍ଲକ ମସ୍ଚ୍ୟ ଅଧିକାରୀ ଙ୍କ ମାର୍ଫତ ରେ ନିଲାମ କରିଛନ୍ତି ଆଉ ଏହି ବାବଦରେ ମହିଳା ଗ୍ରୁପ କୁ ସବସିଡି ମଧ୍ୟ ଆଣିଛନ୍ତି ଯେଉଁ ଗ୍ରୁପ ରେ କିଛି ସରପଞ୍ଚ ଙ୍କ ସମର୍ଥିତ ମହିଳା ଥିବା ବେଳେ ବାହାର କିଛି ମହିଳା ଙ୍କ ଜିଓଟ୍ୟାଗ କରି ଜାଲିଆତି କରାଯାଇଛି

ଏହି ଘଟଣା କୁ ନେଇ ଗ୍ରାମ ର ମନୋଜ ନାୟକ ଜିଲ୍ଲା ମସ୍ଚ୍ୟ ବିଭାଗ ରେ ଅଭିଯୋଗ କରିଛନ୍ତି l ଅଭିଯୋଗ ମୁତାବକ ପୋଖରୀ ଗ୍ରାମ ଠାକୁରାଣୀ ଙ୍କ ରେକର୍ଡ ସମ୍ପତି, ଆଉ ମସ୍ଚ୍ୟ ବିଭାଗ ନିୟମ ଅନୁଯାୟୀ ୫୦ ଡିସିମିଲି ପାଣି ର ମାପ ରହିଲେ ତାହାକୁ ପଞ୍ଚାୟତ ମାର୍ଫତ ରେ ନିଲାମ କରିବା କଥା କିନ୍ତୁ ତହସିଲ ରେକର୍ଡ ରେ ଉକ୍ତ ପୋଖରୀ ମାତ୍ର ୧୩ ଡିସିମିଲି ରହିଛି ତାହେଲେ ସରପଞ୍ଚ କେଉଁ ଆଡୁ ପୋଖରୀ ଆଣିଲେ ଯେ ଏହା ୧୩ ରୁ ୫୦ ହୋଇଗଲା,ଅନ୍ୟପଟେ ସରପଞ୍ଚ କ୍ଷୀରୋଦ କାଣ୍ଡି ଏହି କଥା କୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି, ସରପଞ୍ଚ ଙ୍କ କହିବା କଥା ଆଗରୁ ଗ୍ରାମ ର ସାମୁହିକ ସ୍ୱାର୍ଥ ରେ ପୋଖରୀ ନିଲାମ ହୁଏ, ଆଗରୁ ୧୧ ହଜାର ଥିଲା ଏବେ ନିଲାମ ୧ ଲକ୍ଷ ରେ ପହଞ୍ଚିଲା, ଅଭିଯୋଗ ଆଣୁଥିବା ବ୍ୟକ୍ତି ବର୍ଗ ଏହି ନିଲାମ ପର୍ବ ରେ ସାମିଲ ହେଇଛନ୍ତି କିନ୍ତୁ କାହିଙ୍କି ଏହିଭଳି ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା l ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ପୁରୀ ଜିଲ୍ଲା ମସ୍ଚ୍ୟ ସମ୍ପଦ ବିଭାଗ ର ଅତିରିକ୍ତ ମସ୍ଚ୍ୟ ଅଧିକାରୀ ସଙ୍ଘମିତ୍ରା ପାଣିଗ୍ରାହୀ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରି ପୋଖରୀ ର ସମସ୍ତ ରେକର୍ଡ କାଗଜପତ୍ର ହସ୍ତଗତ କରିବା ପରେ ଆଗକୁ ଆଇନମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି lଏବେ ଦେଖିବାକୁ ବାକିରହିଲା ପୋଖରୀ ପ୍ରକୁତ ରେ ଠାକୁରାଣୀ ଙ୍କର ନା ପଞ୍ଚାୟତ ର? କିପରି ଜିଲ୍ଲା ପ୍ରଶାସନ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ l

ଦୁଃଶାସନ ନାୟକ,ଅସ୍ତରଙ୍ଗ