April 26, 2026

ଅସ୍ତରଙ୍ଗ ଉପକୂଳ ରେ ପ୍ରଥମ ଅତିଥି। ବନ ବିଭାଗ ସଂଗ୍ରହ କଲା୮୧ ଟି ଅଣ୍ଡା ।

IMG-20231209-WA0020
Share

ଅସ୍ତରଙ୍ଗ ଉପକୂଳ ରେ ପ୍ରଥମ ଅତିଥି। ବନ ବିଭାଗ ସଂଗ୍ରହ କଲା୮୧ ଟି ଅଣ୍ଡା ।
ଅସ୍ତରଙ୍ଗ,ଅଲିଭ ରିଡ଼ଲେ କଇଁଚ ଙ୍କ ସଙ୍ଗମ ସହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା ଫଳରେ କି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଦେବୀ ମାଉଥ ସଂଲଗ୍ନ ଏକ ନିଛାଟିଆ ଜାଗାରେ ଏକ ଅଲିଭ ରିଡ଼ଲେ କଇଁଚ ରାତ୍ରର ନିର୍ଜନ ପ୍ରହରରେ ସମୁଦ୍ର ବାଲୁକା ଶଯ୍ୟାରେ ଗାତ ଖୋଳି ୮୧ ଟି ଅଣ୍ଡା ଦେଇଥିବା ଜଣାପଡିଛି । ଅଲିଭ ରିଡ଼ଲେ କଇଁଚ ଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ନିଯୁକ୍ତ ଥିବା କର୍ମଚାରୀ ମାନେ ସମୁଦ୍ର କୂଳରେ ପେଟ୍ରୋଲିଙ୍ଗି କରୁଥିବା ସମୟ ରେ ଏହା ଦେଖିବାକୁ ପାଇଥିଲେ । ଏହାପରେ ବନ ବିଭାଗ କର୍ମଚାରୀ ଯେକି,ଫରେଷ୍ଟର ବଳରାମ ସାହୁ,ଓ ବିରଜା ମହାପାତ୍ର ଉକ୍ତ ଅଣ୍ଡାକୁ ସଂଗ୍ରହ କରି ଦେବୀ ମାଉଥ ନିକଟରେ ହୋଇଥିବା ଅସ୍ଥାୟୀ ହ୍ୟାଚେରି ରେ ଛୁଆ ଫୁଟିବା ପାଇଁ ସୁରକ୍ଷିତ ଭାବେ ରଖିଛନ୍ତି । ଏଠରେ ପ୍ରକାଶ ଯୋଗ୍ୟ ଯେ, ଅଲିଭ ରିଡ଼ଲେ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ଓ ଏହି ସମୟରେ କୌଣସି ଜଳ ଜାନ ସମୁଦ୍ର ରେ ମାଛ ନ ମାରିବା ଆଦି ନେଇ ରାଜ୍ୟ ସରକାର ଜଙ୍ଗଲ ବିଭାଗ ତରଫରୁ କଟକଣା ଜାରିକରି ଚାରିମାସ ପର୍ଯ୍ୟନ୍ତ ପୋଲିସ ଓ କୋଷ୍ଠ ଗାର୍ଡ ସହାୟତାରେ ସମୁଦ୍ର ରେ ପେଟ୍ରୋଲିଙ୍ଗୀ ଜାରି ରଖିଛନ୍ତି । ଅଣ୍ଡାକୁ ସୁରକ୍ଷିତ ରଖିବା ଓ ଅଣ୍ଡାରୁ ଛୁଆ ଫୁଟି ଆପେ ଆପେ ସମୁଦ୍ର କୁ ଯିବାପାଇଁ ଦେବୀ ନାଶି,ଆଇଲ୍ୟାଣ୍ଡ, ଯାହା ନିଆଁ, ଦାଳୁଅକଣି , ଗଙ୍ଗାଦେବି ଠାରେ ଅସ୍ଥାୟୀ ହାଚେରି ବନ ବିଭାଗ ପ୍ରସ୍ତୁତ କରିଅଛି । ଅଲିଭ ରିଡ଼ଲେ କଇଁଚ ଙ୍କ ଅଣ୍ଡାଦିଆ ଆଗମନକୁ ଦେଖି ବନ ବିଭାଗ ପେଟ୍ରୋଲିଙ୍ଗୀ ଜଳପଥ ଓ ସ୍ଥଳ ପଥ ପେଟ୍ରୋଲିଙ୍ଗୀ କୁ କଡା କଡି କରିଥିବା ଜଣା ପଡ଼ିଛି ।