September 11, 2026

ମାସେ ୯ ଦିନ ହେଲା ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କୁ ବିରୋଧ କରି ଲେନ୍ଦ୍ର ରେ ପଡ଼ିଛି ତାଲା, ଗଛ ମୂଳେ ଚାଲିଚି କେନ୍ଦ୍ର

IMG-20231209-WA0001
Share

ମାସେ ୯ ଦିନ ହେଲା ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କୁ ବିରୋଧ କରି ଲେନ୍ଦ୍ର ରେ ପଡ଼ିଛି ତାଲା, ଗଛ ମୂଳେ ଚାଲିଚି କେନ୍ଦ୍ର

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ଏକ ଅଙ୍ଗନବାଡି କେନ୍ଦ୍ରରେ ଏକ ମାସରୁ ଉର୍ଦ୍ଧ ହେଲା ଝୁଲୁଛି ତାଲା, ଶିକ୍ଷା ଦାନରେ ବାଧା ପ୍ରାପ୍ତ, ଗଛ ତଳେ ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ପିଲାମାନେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧିନ କୁର୍ସି ପଞ୍ଚାୟତ ନୂଆପାରା ଅଙ୍ଗନ ବାଡି କେନ୍ଦ୍ରରେ। ଏହି କେନ୍ଦ୍ରରେ ସମୁଦାୟ ୧୩୦ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି ,ତାଲା ଝୁଲୁଥିବା ଦେଖି ବର୍ତ୍ତମାନ ୨୦ପିଲା ଆସୁଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ ଅକ୍ଟୋବର୨୦୨୩ ରେ ଅଙ୍ଗନବାଡି କେନ୍ଦ୍ରର କର୍ମଚାରୀ ବିନା ପାଣି ରାଉତ ରୟ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରା ଯାଇଥିଲା। ଏଥିରେ ନୂଆ ପାର। ର ୪ ଜଣ ସମେତ ଅନ୍ୟ ପଞ୍ଚାୟତ ର ମିଶି ମୋଟ ୮ ଜଣ ଆବେଦନ କରି ଥିଲେ। କିନ୍ତୁ ସେଥିମଧ୍ୟରୁ ଉକ୍ତ ଗ୍ରାମର ଅଗନ୍ତି ବାଇ ଗଣ୍ଡ
ସବୁ ଠାରୁ ଅଧିକ ମାର୍କ ରଖିଥିବା ରୁ ନିଯୁକ୍ତି ମିଳିଥିଲା। ଅଗନ୍ତୀ ୩୦ ଅକ୍ଟୋବର ୨୦୨୩ରେ ନୂଆପାରା ଅଙ୍ଗନବାଡି କେନ୍ଦ୍ରରେ ନିଯୁକ୍ତି ପାଇ ଛନ୍ତି । ତେବେ ଉକ୍ତ ଗ୍ରାମ ର ଜଣେ ବୋହୁ ମଧ୍ୟ ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ତାଙ୍କୁ କାହିଁକି ନିଯୁକ୍ତି ମିଳିଲା ନାହି ବୋଲି ବିରୋଧ କରି କରି ଗ୍ରାମର କିଛି ଲୋକ ଆଜିକୁ ମାସେ ୮ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକେଇ ଥିବା ସୂଚନା ମିଳିଛି। ତେବେ ଅ ଗନ୍ତି ଏହି ଘଟଣା କୁ ନେଇ ଉମରକୋଟ ସିଡ଼ିପିଓ ସଂଯୁକ୍ତା ବେହେରା ଙ୍କୁ ଅବଗତ କ ଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅଗନ୍ତି ବାଧ୍ୟ ହୋଇ ଏକ ଗଛ ମୂଳେ ପିଲାଙ୍କୁ ପାଠ ପ ଡ।ଉ ଛନ୍ତି। ତେବେ ସେଠାରେ ଏପରି ଅବ୍ୟବସ୍ଥା ଚାଲିଥିବା ବେଳେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଙ୍କ ନିରବତା ସମସ୍ତ ଙ୍କୁ ଚଳିତ କରିଛି।