June 18, 2026

ଖଇରା ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

IMG-20251109-WA0007
Share

 

ଖଇରା ( ଦେବାଶିଷ ଦାଶ )

ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକରେ ପୂର୍ବତନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ଯେପରି ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସିମୁଳିଆ ବିଜେଡ଼ି ପ୍ରତି ନିଜର ଅତୁଟ ଭଲପାଇବା ଓ ଆସ୍ଥା ପ୍ରଦର୍ଶନ କରିଛନ୍ତି ତାହା ଦେଖି ଅନ୍ୟ ବିରୋଧୀ ଦଳ ମଧ୍ୟରେ ଛାନିଆ ପଶି ଯାଇଛି । ଏଥିରେ ଅପାରଗ, ଭଣ୍ଡ ଓ ଦୁର୍ନୀତିଗ୍ରସ୍ତ ବିଜେପି ସରକାର ବିରୋଧରେ ଗର୍ଜନ କରିଥିଲା ବିଜେଡ଼ି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସମେତ ଖଇରା ବ୍ଲକର ସମସ୍ତ ନିର୍ବାଚିତ ମେମ୍ବର ଏବଂ ନେତ୍ରୁ ମଣ୍ଡଳୀ ଉପସ୍ଥିତ ହୋଇ ଜନସାଧାରଣଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବାଜିମାତ୍ କରିବ ଏଥିରେ ସନ୍ଦେହ ନାହିଁ ।।

You may have missed