ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ନୀଳଗିରି ଗସ୍ତ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ..
ନୀଳଗିରି ( ଦେବାଶିଷ ଦାଶ )
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୀଳଗିରି ନିର୍ବାଚନ ମଣ୍ଡଳୀକୁ ପ୍ରଥମ କରି ଆସୁଛନ୍ତି। ଆସନ୍ତା ସପ୍ତାହରେ ନୀଳଗିରି ଆସୁଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ବାଲେଶ୍ଵର ଜିଲ୍ଲାପାଳଙ୍କ ଉପସ୍ଥିତିରେ ନୀଳଗିରି ଡାକବଙ୍ଗଳା ପରିସରରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିବାର ଦେଖିବାକୁ ମିଳିଛି। ବଣଭୁଇଁ ପଡିଆ, ସଜନାଗଡ, ନୀଳଗିରି ଥାନା ପଡିଆ ଆଦି ପରିଦର୍ଶନ କରିଥିବାର ଦେଖିବାକୁ ମିଳିଛି। ଏନେଇ ସନ୍ଧ୍ୟାରେ ନୀଳଗିରି ଡାକ ବଙ୍ଗଳା ପରିସରରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏ.ଡି.ଏମ ସୁଧାକର ନାୟକ, ଏ.ଡି.ଏମ (ରେଭିନ୍ୟୁ) ହେମନ୍ତ କୁମାର ସିଂ, ପି.ଡି ସଞ୍ଜୟ କୁମାର ରାଉତ, ଜିଲ୍ଲା ଖେଳ ଅଧିକାରୀ, ବାଲେଶ୍ଵର ଉପ-ଜିଲ୍ଲାପାଳ ସିବ୍ ମାଲବ୍ୟ, ନୀଳଗିରି ତହସିଲଦାର ସୋନମ୍ ଦାସ, ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ନୀଳଗିରିର ଅତିରିକ୍ତ ଜିଲ୍ଲାପାଳ ରଞ୍ଜନ ସେନାପତି, ପୂର୍ତ୍ତ ବିଭାଗର ଏସ.ଡି.ଓ ଶ୍ରୀନିବାସ ଜେନା ପ୍ରମୁଖ ପ୍ରାକ୍ ପ୍ରସ୍ତୁତି ବୈଠକ ସାମିଲ ଥିବାର ଦେଖିବାକୁ ମିଳିଛି। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସର୍ଦ୍ଦାର ବଲ୍ଲଭଭାଇ ପଟେଲ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ପଦ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
