ନୀଳଗିରି କୁ ଜିଲ୍ଲା ଦାବିରେ ଏକ ବୈଠକ ଅନୁଷ୍ଠିତ
ନୀଳଗିରି ( ଦେବାଶିଷ ଦାଶ )
ଏବେ ସରକାର ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପୁର୍ନଗଠନ କରିବାର ଯୋଜନା କରୁଛନ୍ତି ବୋଲି ବିଭିନ୍ନ ଗଣମାଧ୍ଯମରୁ ଜାଣିବାପରେ ଶୁକ୍ରବାର ଅପରାହ୍ନରେ ନୀଳଗିରି ଡାକବଙ୍ଗଳା ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଆବାହନ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ ସରକାରଙ୍କ ଏହି ସୁଯୋଗକୁ ନୀଳଗିରି ବାସି ହାତଛଡା ନକରି ସଂଘବଦ୍ଧ ଭାବେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ। ନୀଳଗିରି ଗଡଜାତ ନଭେମ୍ବର ୧୪ ତାରିଖ ଦିନ ଭାରତ ବର୍ଷରେ ସାମିଲ ହୋଇଥିଲା। ତେଣୁ ଆସନ୍ତା ନଭେମ୍ବର ୧୪ ତାରିଖରେ ଗଡଜାତ ମିଶ୍ରଣ ଉତ୍ସବରେ ସମସ୍ତେ ଯୋଗଦାନ କରିବାକୁ ଶ୍ରୀ ଷଡ଼ଙ୍ଗୀ ନୀଳଗିରି ବାସିଙ୍କୁ ନିବେଦନ କରିଥିଲେ। ନିକଟରେ ଉଚ୍ଚନ୍ୟାୟାଳୟରେ ଏକ ଜାଚିକା ଦାୟର ପାଇଁ ନିଷ୍ପତ୍ତି ନିଆଯିବା ସହ ସରକାରି ସ୍ଥରରେ ମଧ୍ଯ ଉଦ୍ଯମ ଜାରି ରଖିବାକୁ ସ୍ଥିର କରାଗଲା। ଏହି ବୈଠକରେ ସୁରେଶ ବେହେରା, ପିତାମ୍ବର ସିଂ, ଅନାଦି ବେହେରା, ରେଖା ହେମ୍ବ୍ରମ, ପରମାନନ୍ଦ ପାତ୍ର, ପ୍ରକାଶ ଚୈଧୁରୀ, ସୁନିଲ ଚନ୍ଦ୍ର ପ୍ରଧାନ, ବାଞ୍ଛାନିଧି ପାତ୍ର ପ୍ରମୁଖ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।
