April 30, 2026

ମହାବିଦ୍ୟାଳୟ ପରିସରରେ ଜାତୀୟ ସଂଗୀତ ପାଠ .

IMG-20251109-WA0010
Share

 

 

ଔପଦା ( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଔପଦା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ସରକାରଙ୍କ ନିର୍ଦେଶାବଳୀକୁ ପାଥେୟ କରି ଆଜି ବନ୍ଦେ ମାତରମ୍ ଜାତୀୟ ସଂଗୀତ ପାଠ କରାଯାଇଥିଲା । ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ପ୍ରାଧ୍ୟାପକ ଦ୍ୱାରିକନାଥ ସତପଥୀ ଓ ୟୁଥ୍ ରେଡକ୍ରସ୍ ର ସଂଯୋଜିକା ଅଧ୍ୟାପିକା ବାନୀଷା ମୁଦୁଲିଙ୍କ ମିଳିତ ତତ୍ୱାବଧାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ସାହୁ ଉକ୍ତ ସଭାର ଶୁଭଉଦଘାଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ପ୍ରାଧ୍ୟାପକ ଦ୍ୱାରିକାନାଥ ସତପଥୀ ତଥା ଛାତ୍ରୀ ସୁଜାତା ଓ ରାଜଲଷ୍ମୀ ବନ୍ଦେ ମାତରମ୍ ଜାତୀୟ ସଂଗୀତକୁ ଉଚ୍ଚସ୍ୱରରେ ଗାନ କରିଥିଲେ । ଉପସ୍ଥିତ ପ୍ରାଧ୍ୟାପକ ମଳୟ କୁମାର ବେହେରା( ଇଂରାଜୀ) ପୂର୍ଣ୍ଣଚନ୍ଦ୍ର ନାୟକ (ଅର୍ଥନୀତି)ଲଷ୍ମୀନାରାୟଣ ଦାସ (ଶିକ୍ଷI)ପ୍ରାଧ୍ୟାପିକା ସବିତା ମହାରଣା (ଇତିହାସ) ପ୍ରଭାସିନୀ ବେହେରା (ଶିକ୍ଷା)ମୁକ୍ତିକାନ୍ତ ଦାଶ (ପୁସ୍ତକାଗାର ପରିଚାଳକ) ରମେଶ ବିଶ୍ୱାଳ, ଅନାଦି ଧଳ ତଥା ବହୁ ଛାତ୍ରଛାତ୍ରୀ ମିଳିତ ସ୍ୱରରେ ତାଳ ମାନ ଲୟରେ ଗାନକରି ଦୀର୍ଘ ୧୫୦ ବର୍ଷତଳେ ବିରଚିତ ପୂଜ୍ୟପାଦ ବଂକିମଚନ୍ଦ୍ର ଚାଟାର୍ଜିଙ୍କ ଜାତୀୟତା ଦେଶଭକ୍ତି ଓ ଦେଶପ୍ରେମକୁ ସୁସମ୍ମାନ ପ୍ରଦାନ କରିଥିଲେ ।।