June 21, 2026

କଳାହାଣ୍ଡି ମୁଖ୍ୟ ଡାକ ବିଭାଗ ପକ୍ଷରୁ ଡାକ ଟିକେଟ ପ୍ରଦର୍ଶନୀ ଉତ୍ସବ।

IMG-20241109-WA0037
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ):ଆଜି ଭବାନୀପାଟଣା ସହର ସ୍ଥିଥ ଜିଲ୍ଲାର ସର୍ବପୁରାତନ ବ୍ରଜମୋହନ ହାଇସ୍କୁଲ ପରିସରରେ ଭାରତୀୟ ଡାକ ବିଭାଗ, କଳାହାଣ୍ଡି ଶାଖା ତରଫରୁ ୨ୟ ଜିଲ୍ଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଉତ୍ସବ ଆୟୋଜନ କରାଯାଇଛି। ଏହି ଅବସରରେ ଡାକ ବିଭାଗ ପକ୍ଷରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଗୁଡିକର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଉପଜିଲ୍ଲାପାଳ, ଜିଲ୍ଲା ଡାକ ଅଧିକ୍ଷକ, ମୁଖ୍ୟ ଡାକପାଳ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଡାକପାଳ ସେଠାରେ ଉପସ୍ଥିତ ଛାତ୍ରୀଛାତ୍ର ଓ ଅଭିଭାବକ ମାନଙ୍କୁ ବିଭିନ୍ନ ଡାକ ଟିକେଟ ବିଷୟରେ ବୁଝାଇଥିଲେ ଓ ଭାରତୀୟ ଡାକସେବାର ପ୍ରାରମ୍ଭ, ବର୍ତମାନ ଓ ଏହି ଡାକସେବାର ଭବିଷ୍ୟତ ବିଷୟରେ ଜଣାଇଥିଲେ। ଏହାପରେ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡିକରେ ସହରର ପ୍ରାୟ ତିରିଶରୁ ଉର୍ଦ୍ଧ ସ୍କୁଲର ଶହଶହ ଛାତ୍ରିଛାତ୍ର ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ। ଆସନ୍ତାକାଲି ଦଶ ତାରିଖରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରିଛାତ୍ରଙ୍କ ମଧ୍ୟରେ ବିଜେତାଙ୍କୁ ପୁରସ୍କୃତ କରାଯିବ।