July 6, 2024

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ଉଦ୍ୟୋଗୀ ଦିବସ ପାଳିତ

Share

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ଉଦ୍ୟୋଗୀ ଦିବସ ପାଳିତ

ଗୁଣୁପୁର -୦୯ .୧୧. ୨୦୨୩ -(ସୁରେନ୍ଦ୍ର ମହାନ୍ତି )ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମ୍ୟାନଜମେଣ୍ଟ ଷ୍ଟାଡ଼ିଶ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟୋଗୀକ ଦିବସ ପାଳିତ ହୋଇଯାଇଛି / ଏହି ଅବସରରେ ଅମ୍ବୁଲା ଟେକ୍ନୋଲୋଜିର ପ୍ରତିଷ୍ଠାତା ଡ଼. ଅଭିଷେକ ଗୌତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସଫଳ ଉଦ୍ୟୋଗୀ ପାଇଁ ବିଭିନ୍ନ ଗୁଣାତ୍ମକ ଚିନ୍ତାଧାରା ବିଷୟରେ କହିଥିଲେ ଏବଂ ସମ୍ମାନୀୟ ଅତିଥି ଭାବେ ଓଡିଶା ଷ୍ଟାର୍ଟଅପର ମୁଖ୍ୟ ପ୍ରିୟଦର୍ଶୀ ସାମଲ ଯୋଗଦେଇ ଭାରତୀୟ ଉଦ୍ୟୋଗୀକ ପ୍ରତିଷ୍ଠାନର ଅନୁଦାନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଜଣେ ଜଣେ ଉଦ୍ୟୋଗୀ ହେବା ପାଇଁ ପ୍ରବର୍ତାଇଥିଲେ / ସ୍କୁଲ ଅଫ ମ୍ୟାନଜମେଣ୍ଟ ଷ୍ଟାଡ଼ିଶର ବିଭାଗୀୟ ମୁଖ୍ୟ ଡ଼ ସୌମେନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବିଭାଗର ଡିନ ପ୍ରଫେସର ଏ.ବି. ଶ୍ରୀନିବାସ ରାଓ ମଂଚାସୀନ ରହିଥିଲେ / ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜିନେସ କୁଇଜ଼ ଏବଂ ବିଜିନେସ ପ୍ଲାନ ବିଷୟ ରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲେ / କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା /ବିଭାଗର ଅଧ୍ୟାପିକା ଡ଼ ସ୍ମୃତିରେଖା ଧନ୍ୟବାଦ ଅର୍ପଣ କରିଥିବାବେଳେ ସହ-ବିଭାଗୀୟ ମୁଖ୍ୟ ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ /ଏହି ଅବସରରେ ରିସର୍ଚ୍ଚ ମେଥୋଡ଼ଲୋଜି ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା / ଏହି କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ /

You may have missed