March 13, 2026

ଅନାଥ ମହିଳାଙ୍କ ନିମନ୍ତେ ସିଲେଇ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ —-

IMG-20231109-WA0026
Share

ଅନାଥ ମହିଳାଙ୍କ ନିମନ୍ତେ ସିଲେଇ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ —-
ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ନୂତନ ଗୃହରେ ଆରମ୍ଭ ହୋଇଥିବା ସିଲେଇ ଏବଂ ଖଲିପତ୍ର ତାଲିମ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଗଜପତି ଜିଲ୍ଲାପାଳ ଶ୍ରୀ ପ୍ରଧାନ ମୋହନା ବ୍ଲକ ଗସ୍ତରେ ଆସି ଦୁର୍ଗମ ଅଞ୍ଚଳରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ତଦାରଖ କରିଥିବା ବେଳେ ମୋହନା ଠାରେ ଦୀର୍ଘ ବର୍ଷ ଧରି ଚାଲୁରହିଥିବା ନନ୍ନେ ମୁନେ ଯୁବ ଛାତ୍ର ସଂସଦ ସ୍ବେଛାସେବୀ ସଂସ୍ଥା ବର୍ତ୍ତମାନ ନିସହାୟ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ତାଲିମ ପ୍ରଦାନ କରିବ। ସଂସ୍ଥାର ସମ୍ପାଦକ ଘନଶ୍ୟାମ ପ୍ରଧାନଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ସ୍ୱାଧରା ଗୃହରେ ପହଞ୍ଚି ତାଲିମ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ସମାରୋହରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଫଳଗୁନି ମାଝୀ, ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ହଳଧର ଶବର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞାଜିତ୍ ପାଢ଼ୀ, ମୋହନା ସି ଡ଼ି ପି ଓ ଶ୍ରୀମତୀ ଲଳିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ତାଲିମ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ଚାଲୁଥିବା ପ୍ରକାଶ କରିଛନ୍ତି ପରିଚାଳକ। ଉଦଘାଟନ ସମୟରେ ବ୍ଲକ ଏବଂ ଶିଶୁ ବିକାଶ ବିଭାଗ ର ସମସ୍ତ କର୍ମଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ।