September 26, 2026

ବୋରିଗୁମ୍ମା ରୁ ଚାଲି ଚାଲି ଆସିଲେ ପାଞ୍ଚ ଭକ୍ତ କାଳିଆ ଦର୍ଶନ ନିମନ୍ତେ —

IMG-20231109-WA0027
Share

ବୋରିଗୁମ୍ମା ରୁ ଚାଲି ଚାଲି ଆସିଲେ ପାଞ୍ଚ ଭକ୍ତ କାଳିଆ ଦର୍ଶନ ନିମନ୍ତେ —
ଚଳିତ ମାସ ଏକ ତାରିଖ ଠାରୁ ଜଗା ଦର୍ଶନ ନିମନ୍ତେ ବାହାରି ଥିବା ପାଞ୍ଚ ଭକ୍ତ ଆଜି ନବମ ଦିନରେ ମୋହନା ଠାରେ ପହଂଚିଛନ୍ତି। ସେମାନଙ୍କ ସହ ମୋହନାର କେତେକ ସାମ୍ବାଦିକ ମିଶି ଆଲୋଚନା କରିଥିଲେ। ସେମାନଙ୍କ କହିବା କଥା ହେଲା ବହୁତ ଥର ଅର୍ଥ ଯୋଗାଡ଼ କରି ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ ମଧ୍ୟ ଜଗା ଦର୍ଶନ ସଫଳ ହୋଇନଥିଲା। ଶେଷରେ ବହୁ ଦିନ ପରେ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ପତ୍ତି ନେଲେ ଚାଲି ଚାଲି ପୁରୀ ଯାଇ ଜଗା ଦର୍ଶନ କରିବେ। ଏହା ଭାବି ବୋରିଗୁମ୍ମା କୋରାପୁଟ ଅଞ୍ଚଳର ପାଞ୍ଚ ଜଣ ଭକ୍ତ ଏକତ୍ରିତ ହୋଇ ଚାଲି ଚାଲି ଜଗା ଦର୍ଶନ କରିବାକୁ ବାହାରି ମୋହନା ଠାରେ ପହଞ୍ଚିଥିଲେ। ଆଉ ପାଞ୍ଚ ଦିନ ମଧ୍ୟରେ ପୁରୀ ଠାରେ ପହଞ୍ଚି ଜଗା ଦର୍ଶନ କରିବେ ବୋଲି ସାମ୍ବାଦିକ ଙ୍କ ସହ ଆଲୋଚନା ସମୟରେ ପ୍ରକାଶ କରିଥିଲେ।

You may have missed