July 6, 2024

ଗଜପତି:- ପାରଳା ନଗର କଂଗ୍ରେସ କମିଟି ପକ୍ଷ’ରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ କାର୍ଯ୍ୟକ୍ରମ।

Share

ଗଜପତି:- ପାରଳା ନଗର କଂଗ୍ରେସ କମିଟି ପକ୍ଷ’ରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ କାର୍ଯ୍ୟକ୍ରମ।
———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ କୁମାର ପଟ୍ଟନାୟକ’ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୯ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ , ପାରଳାଖେମୁଣ୍ଡି ସହର’ର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ତଥା ରାଜଦାଣ୍ଡ ଉପରେ ଆଜି ସତ୍ୟାଗ୍ରହ ସଂକୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ ହେଲା ଯେ , ପୁରୀ ସ୍ଥିତ ଶ୍ରୀଜଗନ୍ନାଥ’ଙ୍କ ମନ୍ଦିର’ର ଚାରିଦ୍ବାର ଖୋଲିବା , ରତ୍ନଭଣ୍ଡାର ଗଣତି-ମଣତି , ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରା ଯାଇଥିବା ଦ୍ବାର ଶ୍ରୀ ଜଗନ୍ନାଥ’ଙ୍କ ଅମୃତ ମଣୋହି ଜମି ଓ ଚାଷୀ ଚାଷ ଜମି ଫେରସ୍ତ କରିବା ଦାବିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଆଭିମୁଖ୍ୟ ।
ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନୁରୂପ ଭାବେ ଏହିଭଳି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ପାଳନ କରା ଯାଇଥିଲା ।
ଉପରୋକ୍ତ ଏଭଳି ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ , ଜିଲ୍ଲା’ର ମୋହନା ବ୍ଲକ ସମେତ ନୁଆଗଡ , ଆର୍ ଉଦୟଗିରି , ରାୟଗଡ଼ା ଏବଂ କାଶୀନଗର ବ୍ଲକ ସମେତ ପାରଳଖେମୁଣ୍ଡି ପୈାର-ପରିଷଦ’ର ଜଗନ୍ନାଥ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ କଂଗ୍ରେସ ଦଳ ପକ୍ଷ’ରୁ ଆୟୋଜିତ କରା ଯାଇଥିଲା । ଏଥିରେ ପାରଳଖେମୁଣ୍ଡି ସହର’ର ସମସ୍ତ ମଠ ମନ୍ଦିର ତଥା ସାମୁଟିଆ ସାହି କୀର୍ତ୍ତନ ମଣ୍ଡଳୀ , କଣ୍ଡରା ସାହି କୀର୍ତ୍ତନ ମଣ୍ଡଳୀ , ଶ୍ରୀ କରଣ ସାହି କୀର୍ତ୍ତନ ମଣ୍ଡଳୀ , ବଡ଼ ରାଧାକାନ୍ତ ମଠ’ର କୀର୍ତ୍ତନ ମଣ୍ଡଳୀ , ଜଗନ୍ନାଥ ମନ୍ଦିର’ର କୀର୍ତ୍ତନ ମଣ୍ଡଳୀ ଏବଂ ସହର’ର ଅନ୍ୟାନ୍ୟ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ହରିନାମ ସଂକୀର୍ତ୍ତନ ଗାନ କରା ଯାଇଥିଲା ।
ଏହି ସମସ୍ତ କୀର୍ତ୍ତନ ମଣ୍ଡଳୀ’କୁ କୀର୍ତନ ଗୁରୁ ବ୍ରଜ କିଶୋର ରଥ , ରବୀ ଚୌଧୁରୀ ଏବଂ ଗୋପି ସାହୁ’ଙ୍କ ଦ୍ଵାରା ଯୋଗା-ଯୋଗ ରେ ଏହି ହରିନାମ ସଂକୀର୍ତ୍ତନ ଗାନ କରା ଯାଇଥିଲା ।
ଏହି ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ’ରେ , ଗୁମ୍ମା ବ୍ଲକ ସଭାପତି ଶ୍ରୀ ଲଳିତ ମୋହନ ଦଣ୍ଡସେନା ସମେତ ପାରଳଖେମୁଣ୍ଡି ର ଶ୍ରୀ ସୁର୍ଯ୍ୟ ନାରାୟଣ ପାତ୍ର , ଲୋକୀ ପାତ୍ର , ରାଜା ପାତ୍ର , ବନ ବିହାରି ପଣ୍ଡା , ଶ୍ରୀ କୁନାମାଝି , ଶ୍ରୀ ଶିବାଜୀ ପଟ୍ଟନାୟକ , ଶ୍ରୀ ସଂଗ୍ରାମ ସାହୁ , ଶ୍ରୀ ଲୋକି ବରାଡ , ବଣ୍ଟି ଓ ବାବୁଲି ତଥା ଉପେନ୍ଦ୍ର ମହାପାତ୍ର , ପ୍ରମୁଖ’ଙ୍କ ଉପସ୍ଥିତି’ରେ ଆଜିର ଏହି କାର୍ତ୍ତିକ ମାସ’ର ଏକାଦଶୀ ତିଥି ରେ ସଂକୀର୍ତ୍ତନ ସତ୍ୟାଗ୍ରହ କୁ ପାରଳା ବାସି ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ଏହି ସମସ୍ତ କାର୍ଯ୍ୟକ୍ରମ’କୁ ପାରଳଖେମୁଣ୍ଡି ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା’ଙ୍କ ଦ୍ଵାରା ପରିଚାଳନା ହୋଇଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-

You may have missed