March 13, 2026

ହାଟଡିହି ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ l

WhatsApp Image 2023-11-09 at 10.20.59 AM
Share

କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ସମିତିର ପଞ୍ଚମ ଓ ନୂତନ ଭାବେ ଆସିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ଙ୍କର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଅଧ୍ୟକ୍ଷ୍ୟା ସାବିତ୍ରୀ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଯୋଜନା କରିଥିଲେ l ଗ୍ରାମପଂଚାୟତ ଅଧିକାରୀ ଶରତ କୁମାର ବେଜ ବୈଠକ ପରିଚାଳନା କରିଥିଲେ l ସର୍ବ ପ୍ରଥମେ ନୂତନ ଭାବେ ବିଧାୟକ ପ୍ରତିନିଧି ଦାୟିତ୍ୱ ନେଇଥିବା ଶଶାଙ୍କ ଶେଖର ପୁହାଣ,ତହସିଲଦାର ହାବିଲ ଖା ଖା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ଯେନା ଙ୍କୁ ସମିତି ବୈଠକ ତରଫରୁ ହାଟଡିହି ଗ୍ରାମ ପଂଚାୟତର ସରପଞ୍ଚ ଚିନ୍ମୟ କୁମାର ନାୟକ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ l ପରେ ପରେ ବୈଠକ ଆରମ୍ଭ ହୋଇଥିଲା ଏଥିରେ ଆଶାନୁ ସଂକ୍ଷକ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ନଥିବାରୁ ସଭା ଗୃହଟି ଫାଙ୍କା ଫାଙ୍କା ଲାଗୁଥିଲା l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧକ୍ଷ୍ ତଥା 34ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ସୋମନାଥ ଦାସ,35ନମ୍ବର ଜୋନର ସଭ୍ୟ ସୁକାନ୍ତି ଯେନା,36ନମ୍ବର ଜୋନର ସଭ୍ୟା କୌଶଲ୍ୟା ସେଠୀ,37ନମ୍ବର ଜୋନର ସଭ୍ୟ ବିମ୍ବାଧର ବିଶ୍ୱାଳ, ସମିତି ଉପାଧ୍ୟକ୍ଷ ରତିକାନ୍ତ ରାଉତ,ବଂଚୋ ଗ୍ରାମ ପଂଚାୟତ ର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ବଡରମ୍ପାସ ସରପଞ୍ଚ ରବୀନ୍ଦ୍ର କୁମାର ଯେନା,ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l ଏହି ବୈଠକରେ ସରକାରଙ୍କର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବଦ୍ଧରେ ଆଲୋଚନା ହୋଇଥିଲା l ପଢିଆରୀ ପଲ୍ଲୀ ସରପଞ୍ଚ ଅଜିତ କୁମାର ରାଉତ ମାଣ୍ଡିଆ ଚାଷ କାଗଜ କଲମରେ ଚାଲିଛି ବୋଲି ଅଭିଯୋଗ କରିଥିଲେ l

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।