October 5, 2024
Share

*ଖବର ଆଜିର*
ତାରିଖ ୦୯/୧୧/୨୦୨୩ ଗୁରୁବାର ।।

ଚଳିତ ଆଇସିସି ଦିନିକିଆ ବିଶ୍ବକପରେ ଗତଥରର ବିଜେତା ଇଂଲଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି। କ୍ରମାଗତ ୫ଟି ପରାଜୟ ପରେ ଦଳ ବିଜୟଧାରାକୁ ଫେରିଛି। ବୁଧବାର ପୁଣେରେ ଖେଳାଯାଇଥିବା ୪୦ତମ ମ୍ୟାଚରେ ଇଂଲଣ୍ଡ ୧୬୦ ରନରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି ।

ଜୟପୁରରୁ ଦିଲ୍ଲୀ ଯାଉଥିବା ସ୍ଲିପର ବସ୍‌ରେ ଲାଗିଲା ନିଆଁ, ଦୁଇ ମୃତ, ୧୦ରୁ ଅଧିକ ଆହତ ।

ଆମ ଓଡିଶା ନବୀନ ଓଡିଶା ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଡିସେମ୍ବର ୧ରୁ ରାଜ୍ୟରେ ବସ୍‌ ଧର୍ମଘଟ, ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକଙ୍କ ଧାରଣା ।

ଲଜ୍ଜା ଆସୁନି: ବିବଦାୟୀ ବୟାନରେ ଦେଇ ଫସିଥିବା ନୀତୀଶଙ୍କ ଉପରେ ବର୍ଷିଲେ ପିଏମ୍ ମୋଦୀ ।

ବିଧାନସଭାର ଉପବାଚସ୍ପତି ପଦରୁ ବୁଧବାର ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନି‌ଜ ଇସ୍ତଫାପତ୍ର ଦେଇଛନ୍ତି।

ଭାରତର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଦିନିକିଆ ର଼୍ୟାଙ୍କିଙ୍ଗ ଅନୁଯାୟୀ, ଗିଲ ବର୍ତ୍ତମାନ ଦିନିକିଆ ଫର୍ମାଟରେ ବିଶ୍ୱ ନମ୍ବର-୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ସାମ୍ବାଦିକାଙ୍କୁ ମାଡ ମାମଲା; ଟୁଟୁ ନାୟକଙ୍କୁ ମିଳିଲା ଜାମିନ ।

ଦେଶର ୧୦ଟି ସ୍ଥାନରେ NIAର ରେଡ୍: ମାନବ ତସ୍କରୀ ସନ୍ଦିଗ୍ଧଙ୍କ ବିରୋଧରେ ଆକ୍ସନ।

ଟୁଟୁ ନାୟକଙ୍କୁ ମିଳିଲା ଜାମିନ, ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ ।

ବିଷ ବଳୟରେ ଜାତୀୟ ରାଜଧାନୀ । ବିଷାକ୍ତ ବାୟୁ ଜ୍ୱାଳାରେ କଲବଲ ଦିଲ୍ଲୀବାସୀ, ରାଜସ୍ଥାନରୁ ପଞ୍ଜାବ, ମୁମ୍ବାଇଠୁ ହରିୟାଣା ସବୁଠି ସ୍ଥିତି ଗମ୍ଭୀର ।

ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କଲା ଆତିଦ୍ୟ-ଏଲ୧, ସୋଲାର ଫ୍ଲାୟାର ଫଟୋ ଉଠାଇଲା ସାଟେଲାଇଟରେ ଖଞ୍ଜା ହୋଇଥିବା ହେଲ୧୦ଏସ ।

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବଢିଲା ଅଡୁଆ । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଯାଂଚ କରିବ ସିବିଆଇ।

ମାନବୀୟ ସହାୟତା ପାଇଁ ଇସ୍ରାଏଲ–ହମାସ ବିବାଦରେ ଯୁଦ୍ଧ ବିରତି ପାଇଁ ଜି-୭ ଦେଶ ଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆହ୍ୱାନ ଦେଇଛନ୍ତି।

ଡିସେମ୍ବେର ୧ରୁ ବସ ଧର୍ମଘଟ ଚେତାବନୀ  ।  ରାଜ୍ୟରେ ଗଡିବନି ଘରୋଇ ବସ,  ଆସନ୍ତା ୨୨ରୁ ବିଧାନସଭା ଆଗରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ ।

ଜଗମୋହନ, ନାଟ ମଣ୍ଡପ ଏବଂ ରତ୍ନ ଭଣ୍ଡାର ମରାମତି ଉପରେ ଏଏସଆଇ ରିପୋର୍ଟ: ଅଗ୍ରାହ୍ୟ କଲେ ହାଇକୋର୍ଟ ।

ଦିଲ୍ଲୀରେ ପ୍ରଥମ ଥର କରାଯିବ କୃତ୍ତିମ ବର୍ଷା, ବାୟୁ ପ୍ରଦୂଷଣ ମୁୁକାବିଲାରେ କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି।

ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୫୦ ଛୁଇଁଛି। ବୁଧବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୫ଟି ପଦକ ମିଳିଛି।

ସୁପ୍ରଭାତ ,ଶୁଭ ସକାଳ ।