ଉମରକୋଟ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତ ବର୍ଷ ଉପଲକ୍ଷେ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ……….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସତ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଉମାରୋଟ ବ୍ଲକ ଅନ୍ତର୍ଗତ ଜ।ମରୁଣ୍ଡ। ଠାରେ ବକଦା ମଣ୍ଡଳ ପକ୍ଷରୁ ଏକ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।ଜ।ମରୁଣ୍ଡ। ସରସ୍ଵତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪ ଶହରୁ ଉର୍ଦ୍ଧ୍ବ ସ୍ବୟଂ ସେବକ ପୂର୍ଣ୍ଣ ଗଣ ବେଶରେ ଯଥ ସଞ୍ଚଳନ ହେଇ ହାଇ ସ୍କୁଲ ପଡ଼ିଆରେ ଏକତ୍ର ହେଇଥିଲେ। ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ପୂର୍ବ କ୍ଷେତ୍ର କାର୍ଯ୍ୟ ବ।ହ ବୈଦିକ ପ୍ରଦାନ କରିଥିଲେ। ମୂଖ୍ୟ ଅତିଥି ଭାବରେ ସମାଜସେବୀ ଲକ୍ଷ୍ମଣ ମାଝି ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା ସଙ୍ଘ ଚାଳକ ଯୁଧିଷ୍ଟିର ରାଜ ଗଣ୍ଡ ପରିଚାଳନ। କରିଥଲେ। ଉମରକୋଟ ଖଣ୍ଡ ସଂଘ ଚାଳକ ପ୍ରେମ ଚନ୍ଦ୍ର ଦାସ ଏଥିରେ ସହୋଜଗ କରିଥିଲେ।ସହ ପ୍ରାନ୍ତ କାର୍ଯ୍ୟବ।ହ ହରିଶ୍ଚନ୍ଦ୍ର ପରିଡ଼ା ଓ ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର କୁମାର ପଣ୍ଡ। ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ର ସେବିକ। ସମିତି , ଶିଶୁ ମନ୍ଦିର ଓ ଦୁର୍ଗ। ବାହିନୀ ର କାର୍ଯ୍ୟକର୍ତ୍ତା ଓ ପଦାଧି କାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଦୁର୍ଗା ପ୍ରସାଦ ସାହୁ ନିଜ ଅଭିଭାଷଣରେ ଏହି ଶତାବ୍ଦୀ ବର୍ଷ ର ଉପଲବ୍ଧି କ୍ରମେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଗତ ୧୦୦ ବର୍ଷ ର ସଂଘର୍ଷମୟ ଇତିହାସକୁ ବର୍ଣ୍ଣନା କରିଥିଲେ। ପରମ ପୂଜନୀୟ କେଶବ ବଳିର।ମ ହେଡ ଗୱାର କେଉଁ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଆରମ୍ଭ କରିଥିଲେ ଏହାର ଲକ୍ଷ ଓ ପୃଷ୍ଠ ଭୂମି ଉପରେ ବର୍ଣ୍ଣନା କରିଥିଲେ। ଗତ ୧୦୦ ବର୍ଷ ର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କାର୍ଯ୍ୟ ସର୍ଵ ବ୍ୟାପି ଓ ସର୍ବ ସ୍ପର୍ଶି ହେଇ ପାରିଛି । ସାମାଜିକ ସମର ସତ। ର ମୂଳ ମନ୍ତ୍ର ଆଧାର ରେ ହିନ୍ଦୁ ସମାଜକୁ ସଂଘଠୀତ କରିବାରେ ସଫଳ ରୂପାୟନ ହେଉଛି ସଙ୍ଗ। ଆଗାମୀ ଦିନରେ ପର୍ଯ୍ୟ।ବରଣ ସଂରକ୍ଷଣ ଆଧାରିତ ବିକାଶକୁ ଗୁରୁତ୍ଵ ଦେବାକୁ ପଡ଼ିବ।ପରିବାର ଭାରତୀୟ ସମାଜର ମେରୁଦଣ୍ଡ ତେଣୁ ଭାରତୀୟ ପରିବାର ବ୍ୟବସ୍ଥାକୁ ସୁଦୃଢ କରିବା ଆବଶ୍ୟକ ବୋଲି ବକ୍ତା ଗୁରୁତ୍ଵ ଆରୋପ କରିଥିଲେ।
