June 29, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ରତନଗୁଡା ଗ୍ରାମ ର ପୋଖରୀ ରେ ବୁଡି ସପ୍ତମ ଶ୍ରେଣି ଛାତ୍ରର ମୃତ୍ୟୁ……..

IMG-20251009-WA0010
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ କଳିଙ୍ଗ ମୋଡେଲ ରେସିଡେନସିଆଲ ସ୍କୁଲର ସପ୍ତମ ଶ୍ରେଣୀରେ ଅଧ୍ୟୟନ ଛାତ୍ର ବବୁଲୁ ଗଣ୍ଡ ପୋଖରୀ ଆଜି ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ବବୁଲର ଘର ହେଉଛି ଉମରକୋଟ ବ୍ଳକ ଅନ୍ତର୍ଗତ ବେହେଡ। ଗ୍ରାମ ପଞ୍ଚାୟତର ରତନଗୁଡା ଗ୍ରାମ। ଦେବୀ ଗଣ୍ଡଙ୍କ ବଡ ପୁଅ ବବୁଲୁ ଦଶହରା ଛୁଟିରେ ଘରକୁ ଆସିଥିଲ। । ଆଜି ପ୍ରାୟ ସକାଳ ୯ ଟା ବେଳେ ନିଜର ପ୍ରାୟ ୫ ଜଣ ସାଙ୍ଗଙ୍କ ସହ ବବୁଲୁ ଘର ନିକଟସ୍ତ ଏକ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। ସମସ୍ତେ ପୋଖରୀକୁ ଭିତରେ ଯାଇକି ଗାଧେଇ କି କୁଳକୁ ଆସି ଯାଇଥିବା ବେଳେ ପହଁରା ଜାଣି ନ ଥିବା ବବୁଲୁ ପୋଖରୀ ଭିତରେ ରହି ମୃତ୍ୟୁ ବରଣ କରିଥିଲ।ଖବର ପାଇଁ ଉମରକୋଟ ଅଗ୍ନି ଶ୍ରମ ଅଧିକାରୀ ଭାଗିରଥି ବ।ଣୁଆ, ଅଗ୍ନି ଯୋଦ୍ଧା ବିକ୍ରମ ସାମନ୍ତରାୟ, ଦଶରଥ ସାହୁ, ଧର୍ମେନ୍ଦ୍ର ସ।ହା, ଯଦୁମଣି କୁକ୍ , ଟଙ୍କ ସୁନା ଓ ଯଦୁମଣି ବାଦି ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ରୁ ବବୁଲୁ ର ମୃତ ଶରୀର କୁ ଆଣି ଉମରକୋଟ ହସ୍ପିଟାଲ କୁ ଆଣିଥିଲେ। ଶବ ବ୍ୟବଛେଦ ପରେ ଉମରକୋଟ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଆଜି ରତନ ଗୁଡ଼। ଠାରେ ଶେଷ କୃତ୍ୟ ସରିଛି। ବବୁଲର ୨ ଭାଇ ଓ ଜଣେ ଭଉଣୀ ଅଛନ୍ତି। ବବୁଲ ହିଁ ବଡ ପୁଅ ଥିଲା। ବଡ ପୁଅକୁ ହରାଇ ସମଗ୍ର ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଜି ସନ୍ଧ୍ୟ।ରେ କଂଗ୍ରେସର ଯୁବ ନେତା ଅଜୟ ଚୌହାନ ଶୋକ ପରିବାରଙ୍କୁ ଭେଟି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।