June 29, 2024

ଲଟାବୁଦାରୁ ଅଜଣା ବ୍ଯକ୍ତିର ଶବ ଉଦ୍ଧାର ବୁଗୁଡ଼ା : ତା ୦୯/୧୦/୨୩ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ

Share

ଲଟାବୁଦାରୁ ଅଜଣା ବ୍ଯକ୍ତିର ଶବ ଉଦ୍ଧାର
ବୁଗୁଡ଼ା : ତା ୦୯/୧୦/୨୩ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ସୁନାକେରା ଗ୍ରାମ ନିକଟସ୍ଥ ଏକ କେନାଲ ହୁଡା କଡରୁ ଜନୈକ ଅଜଣା ବ୍ଯକ୍ତିଙ୍କ ଶବକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ଏ ନେଇ ଥ କେସ୍ ନଂ ୭୩୧/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବାଲିପଦର ଫାଣ୍ଡି ଅଧିକାରୀ ସମୀର ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ଆଜି ସକାଳେ ସୁନାକେରା ଗାଁ ନିକଟ କେନାଲ ହୁଡା କଡରେ ଥିବା ପୋକଶୁଙ୍ଗା ଲଟାବୁଦାରେ ଜଣେ ଲୋକର ମୃତ ଶରୀର ପଡିଥିବା ଲୋକେ ଦେଖିବାକୁ ପାଇଲେ । ଏ ନେଇ ଖବର ପାଇବା ପରେ ବାଲିପଦର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଥିଲେ । ମୃତ ବ୍ଯକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।