June 20, 2026
IMG-20231009-WA0033
Share

ପ୍ରଣାମ ପୁଣ୍ୟାତ୍ମା

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ଲିମାମେଡା ଠାରେ ଥିବା ବାଳକ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ପୁଣ୍ୟାତ୍ମା ଋଷି ପ୍ରତିମ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ସନ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଏହି ଅବସରରେ ପୁଣ୍ୟାତ୍ମା ଙ୍କ ତୈଳ ଫୋଟ ଚିତ୍ରରେ ଅନ୍ତେବାସୀ ଓ କର୍ମଚାରୀ ମାନେ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଗାନ୍ଧି ଓ ଗୋପବନ୍ଧୁ ଙ୍କ ନୀତି ଆଦର୍ଶ କୁ ଜୀବନର ବ୍ରତ କରିଥିବା ବାଞ୍ଛାନିଧି ମହାନ୍ତି ଯୋଗଦେଇ ଏଭଳି ନିଃସ୍ୱାର୍ଥପର ସେବା ଓ ତ୍ୟାଗର ମହାପୁରୁଷ ପୃଥିବୀରେ ବିରଳ, ତାଙ୍କରି ନୀତି ଓ ଆଦର୍ଶକୁ ପ୍ରତ୍ୟେକ ଶିଶୁ ଓ ବ୍ୟକ୍ତି ବିଶେଷ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ । ଅନୁଷ୍ଠାନ ର ପରାମର୍ଶଦାତା ଅଜିତ୍ ମହାନ୍ତି ଉତ୍କଳମଣି ଙ୍କ ମାନସ ପୁତ୍ର ଦୈନିକ ସମାଜ ସମ୍ପର୍କରେ ଅବଗତ କରିବା ସହ ଏହା କେବଳ ଏକ ସମ୍ବାଦ ପତ୍ର ନୁହେଁ ଏହା ଏକ ସେବା ଓ ଓଡ଼ିଆ ଭାଷା ଆନ୍ଦୋଳନର ଅନୁଷ୍ଠାନ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସମ୍ପାଦିକା ରଶ୍ମିରେଖା ମହାନ୍ତି, ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି, କୈଳାସ ଶବର, ଅଖିଳ ମହାନ୍ତି, ବଳରାମ ପଣ୍ଡା, ସାରଥି ଦେବୀ, ଶୁଭ୍ରଜିତ ମହାନ୍ତି, ନବୀନ ଚନ୍ଦ୍ର ଗୁରୁ, ରମେଶ ଶବର ପ୍ରମୁଖ ଉପସ୍ଥିତ ରହି ପୁଣ୍ୟାତ୍ମା ଙ୍କ ପ୍ରତି ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରିଥିଲେ ।

You may have missed