October 19, 2026

ସାଇବର ଅପରାଧ କୁ ରୋକିବାକୁ ପୋଲିସ୍ ଦ୍ଵାରା ସଚେତନତା।

IMG-20231009-WA0064
Share

ସାଇବର ଅପରାଧ କୁ ରୋକିବାକୁ ପୋଲିସ୍ ଦ୍ଵାରା ସଚେତନତା।

ହାଟଡିହି,୦୯/୧୦:ସାରା ଜିଲ୍ଲା ରେ ଅପରାଧୀ କ କାର୍ଯ୍ୟକଳାପକୁ ରୋକିବାକୁ ନନ୍ଦିପଦା ପୁଲିସ ସହାୟତା ରେ କେନ୍ଦୁଝର ଜିଲ୍ଲା ବିଭିନ୍ନ କଲେଜ ମାନଙ୍କ ରେ ସାଇବର ସୁରକ୍ଷା ଅଭିଯାନ ଚାଲୁ ରହିଛି। ସେହି ପରି ଆଜି ନନ୍ଦିପଦା ଥାନା ଅଧୀନରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହି କଲେଜ ସାଇବର ସୁରକ୍ଷା ଅଭିଯାନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ସୁରକ୍ଷା ଅଧିକାରୀ ସୋରେନିଆ କେଶ ଆସିଥିବା ବେଳେ, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ଵ ରେ ହାଟଡିହି କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ବିଡ଼ିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ, ବ୍ୟାଙ୍କ୍ ମ୍ୟାନେଜର ପଦ୍ମନାଭ ମହାକୁଡ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ଚିନ୍ମୟ କୁମାର ନାୟକ ପ୍ରମୁଖ ଅତିଥି ମାନେ ଉପସ୍ଥିତି ରହିଥିବା ବେଳେ ନଦିପଦା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସଭା ପରିଚାଳନା କରି , ପିଲା ମାନଙ୍କୁ କିପରି ଓଟିପି ନଦେବା, ସାମାଜିକ ଅପରାଧୀ ରୁ ମୁକ୍ତ ରହିବାକୁ ଶିକ୍ଷା ପ୍ରଦାନ କରି ଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ

You may have missed