ରକ୍ଷା ବନ୍ଧନ ଓ ଗଙ୍ଗାଧର ଜୟନ୍ତି

IMG-20250809-WA0115
Share

 

 

ବରଗଡ(ସୁରେନ୍ଦ୍ର କଠାର)

 

ଅଦ୍ୟ ତା.୦୯-୦୮-୨୦୨୫ ରିଖ ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଛି।ଏ ଅବସରରେ ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ।ବରିଷ୍ଠ ଗୁରୁଜୀ କାଳିଚରଣ ହୋତା ଶିଶୁ ମାନଙ୍କୁ ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ବିଷୟରେ ବକ୍ତବ୍ୟ ରଖିଥିଲେ।ସୁଶ୍ରୀ ମିନାକ୍ଷୀ ଭୋଇ ପରିଚାଳନା କରିଥିବାବେଳେ ଶ୍ରମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା ଗୁରୁଜୀ ସାହାଯ୍ୟ ଓ ସହଯୋଗ କରିଥିଲେ।ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କୁ ରକ୍ଷା ବନ୍ଧନ କରାଯାଇଥିଲା।