ଶିଶୁ ମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

IMG-20250809-WA0141
Share

ବୁଗୁଡ଼ା : ତା ୦୮/୦୮/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ

ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପବିତ୍ର ଶ୍ରାବଣ

ପୂର୍ଣ୍ଣିମା ତିଥିରେ ” ରକ୍ଷା ବନ୍ଧନ ଉତ୍ସବ ” ଉତ୍ସାହର ସହ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଅଟଳ ଲିଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର , ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ, ପରିଚାଳନା ସମିତି ସମ୍ପାଦକ ବିଶ୍ବ ମୋହନ ମିଶ୍ର ଓ କୋଷାଧକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ରକ୍ଷା ବନ୍ଧନ ଉତ୍ସବ ପାଳନର ତାତ୍ପର୍ଯ୍ୟ ସଂପର୍କେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁରୁମା ଲିଲି କୁମାରୀ ପ୍ରଧାନ ସଂଯୋଜନା , ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗି ଗୈରିକ ଧ୍ବଜା ଉତ୍ତୋଳନ, ଭଉଣୀ ଆଦ୍ଯାଶା ରାଣୀ ଡାକୁଆ ସ୍ବାଗତ ସଙ୍ଗୀତ ଗାନ ଓ ଇସିକା ସାହୁ ସାହୁ ଅମୃତ ବଚନ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁମା ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସହ ଶିଶୁ ବାଟିକା ବିଭାଗ ପକ୍ଷରୁ ପ୍ରମୁଖ ଗୁରୁମା ମମତା ସାହୁଙ୍କ ତତ୍ତ୍ବାବଧାନରେ ଅରୁଣ , ଉଦୟ ଓ ପ୍ରଭାତ ଶ୍ରେଣୀର ଶିଶୁ ଭାଇଭଉଣୀଙ୍କୁ ନେଇ “ଗହ୍ମା ଡିଆଁ” କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥି ସହ ଶିଶୁ ମନ୍ଦିରର ଭାଇ-ଭଉଣୀମାନେ ଗୁରୁଜୀ-ଗୁରୁମାଙ୍କ ଗହଣରେ ଯାଇ ବିଭିନ୍ନ କାର୍ଯ୍ୟାଳୟ ଏବଂ ସାହି ପରିକ୍ରମା କରି ରାକ୍ଷୀ ବନ୍ଧନ କାର୍ଯ୍ୟ କରିଥିଲେ । ସେହିପରି ବୁଗୁଡ଼ା ବ୍ଲକର କରଚୁଲି ଗ୍ରାମସ୍ଥ ସରସ୍ବତୀ ଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନାଚାର୍ଯ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ “ରକ୍ଷା ବନ୍ଧନ” ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।