ବାରଣାସୀ ବିଦ୍ୟାଳୟରେ ବିଶ୍ଵ ହାତୀ ଦିବସ ପାଳନ 

Share

 

କାଶୀନଗର ବନ ବିଭାଗ ତରଫରୁ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗରରେ ବିଶ୍ଵ ହାତୀ ଦିବସ ପାଳନ ଉପଲକ୍ଷେ ପରିବେଶ ସନ୍ତୁଳନରେ ହାତୀର ଭୂମିକାକୁ ନେଇ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଯାଇଅଛି ।

 

ବନ ଅଧିକାରୀ ଶ୍ରୀ ସୁଧୀର କୁମାର ବେହେରାଙ୍କ ଉପସ୍ଥିତିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଶିଆଳି, ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଚୁଡଙ୍ଗପୁର ଏବଂ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ , କାଶୀନଗର ତରଫରୁ ପନ୍ଦର ଦଳ ଯଥା ତିରିଶ ଜଣ ଛାତ୍ରଛାତ୍ରୀ ଅଗଷ୍ଟ ୮ ତାରିଖରେ ଭାଗ ନେଲେ ଯେଉଁଥିରେ ବାରଣାସୀ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ବନ୍ଦନା ଗୌଡ଼ ଓ ରୁପମଞ୍ଜରୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କଲେ । ଅଗଷ୍ଟ ୯ ତାରିଖ ଆୟୋଜିତ ଚିତ୍ର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗେଲି ଗମାଙ୍ଗ, ଦ୍ବିତୀୟ ସ୍ଥାନ ସ୍ନେହା ଭୂୟାଁ ଓ ତୃତୀୟ ସ୍ଥାନ ପଟନୁରୁ ହାରିକା ଗ୍ରହଣ କଲେ ।

 

ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଆସନ୍ତା ୧୨ ତାରିଖ ଦିନ ନିର୍ବାଚିତ ଛାତ୍ରଛାତ୍ରୀ ପାରଳାଖେମୂଣ୍ଡିରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ପ୍ରଧାନ ଶିକ୍ଷକ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଶୁଭେଛା ଜଣାଇଛନ୍ତି ।

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ