June 22, 2026

ଝାରଖଣ୍ଡ ର ଦେଓଘର ବାବା ବୈଦ୍ୟନାଥ ଧାମ କୁ ବୋଲବମ ଗଲେ ଉମରକୋଟ ରାଇଘର ରୁ ୬0 ଜଣ ଯୁବକ..

Share

 

ଉମରକୋଟ/ରାଇଘର(ଏମ୍.ଦିନା°ଶୁ ଆଚାରୀ)ପବିତ୍ର ଶ୍ରାବଣ ମାସ ଭଗବାନ ଶିବ ଙ୍କ ମାସ ଏହି ମାସରେ ସମସ୍ତ ମାନସିକ ପୂରଣ କରନ୍ତି ବାବା ଭୋଲେନାଥ ଏହି ମାସରେ ଶିବ ଙ୍କ ମୁଣ୍ଡରେ ପାଣି ଢ଼ାଳିଲେ ପାପ ରୁ ସବୁ ମୁକ୍ତି ମିଳେ ଏବଂ ସବୁ ବିପଦ ରୁ ବାବା ଭୋଳାନାଥ ଉଦ୍ଧାର କରନ୍ତି ତେଣୁ ମହିଳା ଏବଂ ପୁରୁଷ ମାନେ ଏହି ମାସ ରେ ନିରାମିସ ଖାଆନ୍ତି ସୋମବାର ଦିନ ବିଭିନ୍ନ ନଦୀ ରୁ ପାଣି ଆଣି ଶିବ ଙ୍କ ମୁଣ୍ଡରେ ଢାଳନ୍ତି, ଦେଶରେ ବହୁ ପ୍ରସିଦ୍ଧ ଶୈବପୀଠ ମାନ ରହିଛି ଯେଉଁଠିକି ହଜାର ହଜାର କଉଡ଼ିଆ ଯାଇଥାନ୍ତି ଏହି ଶ୍ରାବଣ ମାସରେ,ଏହି ପରିପେକ୍ଷୀରେ ରାଇଘର ବ୍ଲକ ବୋଲବମ ଗ୍ରୁପ ରୁ ୬0 ଜଣ ଯୁବକ ଏକତ୍ରିତ ହୋଇ ଝାରଖଣ୍ଡ ର ଦେଓଘର କୁ ୪ ତାରିଖ ଦିନ ବୋଲବମ ଯାତ୍ରାରେ ବାହାରି ୬ ତାରିଖ ଦିନ ପହଞ୍ଚିଲେ ପ୍ରଥମେ ସମସ୍ତେ ଏକ ବସ ଯୋଗେ ରାୟପୁର କୁ ଯିବାପରେ ରାୟପୁର ରୁ ଟ୍ରେନ ଯୋଗେ ସମସ୍ତେ ଦେଓଘର ର ବାବା ବୈଦ୍ୟନାଥ ଧାମ ପହଞ୍ଚିଲେ,ବିହାର ରାଜ୍ୟର ସୁଲତାନଗଞ୍ଜ ଜିଲ୍ଲାରେ ଥିବା ଗଙ୍ଗାନଦୀ ରୁ ପାଣି ନେଇ ଝାରଖଣ୍ଡ ର ବୈଦ୍ୟନାଥ ଧାମ କୁ ଯାଇ ବାବା ବୈଦ୍ୟନାଥ ଙ୍କୁ ଜଳ ଚଢେଇଛନ୍ତି ସମସ୍ତେ ଚାରିଦିନ ପଦଯାତ୍ରା କରି ଶେଷରେ ପହଞ୍ଚିଲେ ବାବା ବୈଦ୍ୟନାଥ ପୀଠରେ,ରାଇଘର ରୁ ବୋଲବମ ଗ୍ରୁପ ରୁ ବିନୟ ଗୋଲଦାର, ସ୍ୱାଧୀନ ମିସ୍ତ୍ରୀ , କାଲାଚାନ୍ଦ ରାୟ, ସୁବାସ ସରକାର, ନେପାଲ ଘରାମି, ମହାଦେବ ସରକାର, କମଲ ସତନାମୀ, ଟୁଲୁ ପାଣିଗ୍ରାହୀ, ରହିତ ସତନାମୀ, ନିମାଇଁ ସରକାର, ଭବେନ ମିସ୍ତ୍ରୀ, ତାରକ ଦାସ ଙ୍କ ସମସ୍ତ ୬0 ଜଣ ସଦସ୍ୟ ରହିଛନ୍ତି