କଳାହାଣ୍ଡିର ଗୌରବ ଆକାଶ ରଞ୍ଜନ ମୁଣ୍ଡ..

IMG-20250709-WA0070
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଆଫ୍ରିକୀୟ ଦେଶ ୟୁଗାଣ୍ଡାର ରାଜଧାନୀ କମ୍ପାଲା ଠାରେ ଗତ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ୟୁଗାଣ୍ଡା ପାରା ବେଡ଼ମିନ ଟନ ଇଣ୍ଟରନେସନାଲ ଟୁର୍ନାମେଣ୍ଟରେ ଭବାନୀପାଟଣାର ଆକାଶ ରଞ୍ଜନ ମୁଣ୍ଡ ଏସ.ଏଲ ୩ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖବର ଗତକାଲି ସନ୍ଧ୍ୟାରେ ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହର ଖେଳି ଯାଇଛି। ଏହି ଖବର ପ୍ରଚାର ହେବାପରେ ଭବାନୀପାଟଣା ସାଂସଦ ଶ୍ରୀ ସାଗର ଚରଣ ଦାସଙ୍କ ସମେତ ବିଭିନ୍ନ ସ୍ଥାନରୁ ଆକାଶଙ୍କ ପାଇଁ ସୂବେଚ୍ଛାର ସୁଅ ଛୁଟିଛି। କଳାହାଣ୍ଡିର ଏକମାତ୍ର ପାରା ଆଥେଲେଟ ଭାବରେ ଆକାଶ ମୁଣ୍ଡ ପୂର୍ବରୁ ମଧ୍ୟ ରାଜ୍ୟ ପାରା ବେଡ଼ମିନଟନ ପ୍ରତିଯୋଗିତାରେ ସ୍ଵର୍ଣ ପଦକ ପାଇସାରିଛନ୍ତି। ଏହାଛଡା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରର ପ୍ରତିଯୋଗିତା ଗୁଡିକରେ ମଧ୍ୟ ଭାଗ ନେଇଛନ୍ତି ଓ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି। ଆକାଶ ରଞ୍ଜନ ମୁଣ୍ଡ ଏହି ଆନ୍ତର୍ଜାତୀୟ ପଦକ ପାଇ କଳାହାଣ୍ଡି ତଥା ଓଡ଼ିଶାର ନାମ ଗୌରବାନ୍ଵିତ କରିଛନ୍ତି।

You may have missed