ରୋବାଡି ବାଳିକା ସେବାଶ୍ରମରେ ବୃକ୍ଷ ରୋପଣ

କୋଲନରା: (ସଞ୍ଜୀବ କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କିଲି ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଖେଳ ପଡିଆ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶିବରାମ ପ୍ରସାଦ ଶବର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫରେଷ୍ଟର ବର୍ଖା ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାମେଶ୍ଵର ମାଣ୍ଡାଙ୍ଗି ଓ ଫରେଷ୍ଟଗାର୍ଡ ରଜନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷ ରୋପଣ କରିଥିଲେ | ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପିସ୍ତା ବାଦାମ, ଜାଫରା, ଲିମ୍ବ, ଅଁଳା, ବାହାଡ଼ା ଓ କରଞ୍ଜ ଗଛ ସହ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା | ଦିନକୁ ଦିନ ଯେପରି ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି ଏବଂ ଯେତିକି ପରିମାଣରେ ଗଛ କଟା ଯାଉଛି ସେତିକି ପରିମାଣରେ ଗଛ ଲଗାଯାଇ ପାରୁନାହିଁ, ଯଉ ଫଳରେ ପରିବେଶ ଓ ବାୟୁ ପ୍ରଦୂଷଣ ବୃଦ୍ଧି ହେବା ସହ ଜଳବାୟୁ ପରିବର୍ତ୍ତନ ହେଉଛି | ତେଣୁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପ୍ରତିକାର ସ୍ୱରୂପ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଶବର ମତପ୍ରକାଶ କରିଥିଲେ | ଏଥିରେ ବିଦ୍ୟାଳୟର ସନ୍ତୋଷ କୁମାର ପ୍ରଧାନ, ଓଜସ୍ଵିନୀ ଦାଶ, ଦିବ୍ୟାଦେବା ପ୍ରଜ୍ଞା ରାଉତ, କେ. ବିଜୟା, ସୋନାଲି ସାହୁ, ସୁଜାତା ଦାଶ, ସୁଭଦ୍ରା ସୁନା, ସୁଜାତା ସାହୁ, ସରିତା ପାତ୍ର, ସମିତା ମେହେର, ଲକ୍ଷ୍ମୀ କୁମାରୀ କୋଲ୍ଲା, ସୁଷମା ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |
