୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ

IMG-20250709-WA0055
Share

 

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ୭ ଦଫା ଦାବିରେ ଷ୍ଟିୟରିଂଛାଡ଼ ଆନ୍ଦୋଳନ କରିଛନ୍ତି ଡ୍ରାଇଲର ମହାସଂଘ। ଫଳରେ ସମ୍ବଲପୁର ଜିଲ୍ଲାରେ ୪ଟି ସ୍ଥାନରେ ପ୍ରତିବାଦ କରାଯାଇଛି। ଏହି ଆନ୍ଦୋଳନ ସହରର ଧନକଉଡ଼ା ବ୍ଲକ ସିନ୍ଦୁରପଙ୍କ ବାଇପାସରେ କରାଯାଇଥିଲା।ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ସଭାପତି ଜୟନାରାୟଣ ମାହାଣା କହିଛନ୍ତି। ତେବେ ମାସେ ତଳେ ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀକରି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲା କିନ୍ତୁ ଦାବି ପୂରଣ ହୋଇନଥିବାରୁ ମଙ୍ଗଳବାର ଠାରୁ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁଁ ଯାତ୍ରୀ ସେବା ପ୍ରଭାବିତ ହୋଇଛି। କିଏ ଘରକୁ ଫେରିପାରୁନି ତ କିଏ କିଏ ନିଜର ନିଜର ନୂଆ କାମରେ ଯୋଗ ଦେଇ ପାରୁନାହାନ୍ତି। ଆନ୍ଦୋଳନ ଯୋଗୁଁ ବସ୍ ସେବା ଠପ ହୋଇପଡିଛି।

ଫଳରେ ବସଷ୍ଟାଣ୍ଡ ତଥା ବିଭିନ୍ନ ଛକ ଗୁଡ଼ିକରେ ଯାତ୍ରୀ ମନେ ଅଟକି ରହିଛନ୍ତି। ସେପଟେ ଲଗାଣ ବର୍ଷା ଫଳରେ ଏହି ଦୁର୍ଦ୍ଦଶା ଦ୍ବିଗୁଣିତ କରିଛି।ଅନ୍ୟପଟେ କିଛି ଘରୋଇ ସ୍କୁଲ ମଧ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ନେଇ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି।

 

ସୂଚନା ଅନୁସାରେ, ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାକିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା ଆଦି ୭ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ଆଜି ଦ୍ୱତୀୟ ଦିନରେ ପହଁଞ୍ଚିଛି । ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ଶ୍ରୀ ମାହାଣା।ଗତକାଲି ଡ୍ରାଇଭର ସଙ୍ଘ ସହିତ ସରକାରଙ୍କ ପ୍ରଥମ ଆଲୋଚନା ହୋଇଥିଲେବି ସଙ୍ଘ ନିଜ ଜିଦରେ ଅଟଳ ଥିବାରୁ ଆଲୋଚନା ବିଫଳ ହୋଇଥିଲା।

 

ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ

 

ଅନ୍ୟପଟେ ବୁଧବାର ସକାଳୁ ବରଗଡ଼ ହଲଦୀପାଲି ଛକରେ ଡ୍ରାଇଭରମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଯାନବାହାନ ଅଟକି ରହିଥିଲା। ତେବେ ପରେ ପୋଲିସ ସେଠାକୁ ପହଞ୍ଚି ଆନ୍ଦୋଳନ କରୁଥିବା ଡ୍ରାଇଭରମାନଙ୍କୁ ଉଠାଇ ନେଇଥିଲା। ଏହାପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦% ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଭଳି ଦାବି ମଧ୍ୟ୍ୟ ରହିଛି।

You may have missed