June 19, 2026

ରତାଚୂଆଁ ବଡ ନଦୀ ଉପରେ ନିର୍ମାଣଧିନ ସେତୁ ନିମ୍ନମାନର ଅଭିଯୋଗ

IMG-20250709-WA0022
Share

ରତାଚୂଆଁ ବଡ ନଦୀ ଉପରେ ନିର୍ମାଣଧିନ ସେତୁ ନିମ୍ନମାନର ଅଭିଯୋଗ କାଶୀପୁର:୦9/୦7 ଉନ୍ନତ ମାନର ରାସ୍ତାଘାଟ ଓ ସେତୁ ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ନିୟୋଜିତ ଠିକାଦାରଙ୍କ ମଧୁଚନ୍ଦ୍ରିକା ରାସ୍ତାଘାଟ ଓ ସେତୁ ଗୁଡିକ ନିର୍ମାଣରେ ନିମ୍ନମାନ ହେଉଥିବା ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଭୂଷୁଡି ଯାଉଥିବା ଭଳି ଘଟଣା ସମ୍ମାକୁ ଆସୁଥିବା ଭଳି ଜଣାପଡିଛି। ଏଭଳି ଏକ ଘଟଣା ସମ୍ମାକୁ ଆସିଛି ତାହା ହେଉଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ରାତାଛୁଆଁ ବଡ ନଦୀ ଉପରେ ନୂତନ ଭାବରେ R D ବିଭାଗ ତରଫରୁ ନିର୍ମାଣଧିନ ସେତୁ /ପୋଲ ନିମ୍ନମାନର ନିର୍ମାଣ ହେଉଥିବା ଯୋଗୁଁ ବର୍ତମାନ ଝୋଡ଼ି ବର୍ଷା ଯୋଗୁଁ ବ୍ରିଜ ର ବେଡ଼ ନଦୀରେ ବଢ଼ି ପାଣି ଆସିବା ଦ୍ୱରା ମାଟି ଧସେଇ ଯାଇଛି, ପ୍ରକାଶ ଥାଉକି ଏହି ରାସ୍ତା ଉପରେ 7/8’ଟି ପଞ୍ଚାୟତ ବାସୀ ନିର୍ଭର କରୁଛନ୍ତି ଯାହାକି କାଶୀପୁର ବ୍ଲକ ଅଫିସ ଓ ତହସିଲ କାର୍ଯ୍ୟ ପାଇଁ ଏହି R D ର ପୋଲ ଦେଇ ଉତ୍କଳ ଆଲୁମିନା ପ୍ରକଳ୍ପ ମାଇନିସ ଗାଡି ଗୁଡିକ ମଧ୍ୟ ଶହ ଶହ ସଂଖ୍ୟା ରେ ଦୈନିକ ଯାନବାହାନ ଯାତାୟାତ କରୁଛନ୍ତି ଠିକାସଂସ୍ଥା ଓ ସମ୍ପୃକ୍ତ J E ଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ଟି ନିମ୍ନମାନର ହେଉଅଛି ତେଣୁ ରାସ୍ତା ଓ ପୋଲର ଅବସ୍ଥା ଶୋଚନୀୟ ଅବସ୍ଥାରେ ଆସିଛି, ତେଣୁ ସରକାର ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳର ଜନସାଧାରଣ ନିବେଦନ କରିଛନ୍ତି। କାଶୀପୁର

ରାୟଗଡା ରୁ ରବି ରାଜ ବୈଦ୍ୟ ଙ୍କ ରିପୋର୍ଟ

You may have missed