June 19, 2026

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଣ୍ଡଦେଉଳି ଠାରେ ବନମହୋତ୍ସବ ପାଳିତ..

IMG-20250709-WA0024
Share

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଣ୍ଡଦେଉଳି ଠାରେ ବନମହୋତ୍ସବ ପାଳିତ।: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଗ୍ରାମପଞ୍ଚାୟତ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଣ୍ଡଦେଉଳି ଠାରେ ବନମହୋତ୍ସବ ପାଳନ ହୋଇଯାଇଅଛି।

ଉକ୍ତ ପରିପ୍ରେକ୍ଷୀରେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କୁରେଶ ସେଠୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକରୀ ଶ୍ରୀମତୀ ରିତାଞ୍ଜଳୀ ରଥ, ଶ୍ରୀ ଶୁକଦେବ ମଲ୍ଲିକ, ଫରେଷ୍ଟର ଶ୍ରୀ ସୁନୀଲ ମଣ୍ଡଳ, ବିଷ୍ଣୁପ୍ରିୟା ଗୌଡ଼,ସଭା ପରିଚାଳନା କରିଥିଲେ ସିଆରସିସି ଶ୍ରୀ ମନୋଜ କୁମାର ପ୍ରଧାନ,ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନ ,ଶ୍ରୀ ମୁକେଶ ପାତ୍ର, ଶ୍ରୀ ମାଧବ ସେଠୀ,ଶ୍ରୀ ବିଜୟ କୁମାର ଗୌଡ଼, ଓକିଲ ତଥା ସାମ୍ବାଦିକ ଶ୍ରୀ ବିଜୟ କୁମାର ପ୍ରଧାନ,ପୋଡ଼ାମାରୀ ଚୈତନ୍ୟ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ ସେଠୀ , ଶ୍ରୀମତୀ ସସ୍ମିତା ପ୍ରଧାନ, ଶ୍ରୀମତୀ ମମତା କୁମାରୀ ନାୟକ,ଶ୍ରୀମତୀ ଜୟନ୍ତୀ ମାଝୀ,ଶ୍ରୀ ଆରତ ମଣ୍ଡଳ,ଶ୍ରୀ ଚନ୍ଦନ ମହାରଣା,ବିଦ୍ୟାଳୟ SMC ଅଧକ୍ଷ ଶ୍ରୀ ନାରାୟଣ ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀମତୀ ଆଶାଲତା ସେଠୀ,ଆଶା କର୍ମୀ ଶ୍ରୀମତୀ ସବିତା ପ୍ରଧାନ,ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ରୁକୁଣା ବିଷୋୟୀ ଉକ୍ତ ବନମହୋତ୍ସବ ରେ ବୃକ୍ଷରୋପଣ କରିଥିଲେ। ଏହି ଶୁଭ ଅବସରରେ ଗ୍ରାମବାସୀ ,ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ମାହାତ୍ମ୍ୟ ଓ ପରିବେଶ ର ଗୁରୁତ୍ଵ ବିଷୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଅବଗତ କରାଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ଅଭିଭାବକ ଏବଂ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ। ପରିଶେଷରେ ସିଆରସିସି ଦିଲ୍ଲୀପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed