ମହାପୁରୁଷଙ୍କୁ ଏ କି ସମ୍ମାନ, ଜରାଜୀର୍ଣ୍ଣ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି 

IMG-20250709-WA0032
Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି)ପ୍ରତ୍ୟେକ ବର୍ଷ ସ୍ଵାଧୀନତା ଦିବସ ଓ

ସାଧାରଣତନ୍ତ୍ର ଦିବସ ଆସିଲେ ମହାପୁରୁଷଙ୍କ କଥା ମନେ ପଡ଼େ । ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ

ହେଉଥ‌ିବା ଅନେକ ସମୟରେ

ଖବର ଦେଖିବାକୁ ମିଳେ । ଏବେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି

ରାୟଗଡା ଜିଲ୍ଲା ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ମୁଖ୍ୟ ରାସ୍ତା ପାର୍ଶ୍ଵରେ ଗୁଣୁପୁର

ପୌର ପରିଷଦ ପକ୍ଷରୁ

ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ

କରାଯାଇଛି। ଦୀର୍ଘ ମାସ ହେଲା ଏହି

କାମ ପୌରପରିଷଦ ପକ୍ଷରୁ ମୁକ୍ତା

ଯୋଜନାରେ ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆନ୍ତରିକତା ଅଭାବରୁ ଏ ପର୍ଯ୍ୟନ୍ତ

ପ୍ରତିମୂର୍ତ୍ତି ଗୁଡିକ ଉନ୍ମୋଚିତ ହୋଇ ପାରୁନାହିଁ କି କାର୍ଯ୍ୟ ଶେଷ ହୋଇନାହିଁ । ଦୀର୍ଘ ଦିନ ଧରି ଏଭଳି ଅଧୁରା ହୋଇ ପଡି ରହିଥିବା ରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।

ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏଇବାଟ ଦେଇ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନେ ଯାତାୟାତ କରୁଛନ୍ତି । ସମସ୍ତେ ଦେଖି ନ ଦେଖିବା ଭଳି ରହିଯିବା ବଡ଼ ଆଶ୍ଚର୍ଯ୍ୟ ଜନକ ଲାଗୁଛି । ହଁ ଏମାନଙ୍କ କଣ ଜୀବନ ଅଛି କି ନା ଏମାନେ କିଏ ଇହ ଧାମ ରେ ଅଛନ୍ତି । ରାସ୍ତାରେ

ଯେତିକି ବି ଲୋକ ଯାତାୟାତ

କରୁଛନ୍ତି, ସେମାନେ ଏହାକୁ ଦେଖ୍

ପୌରପରିଷଦର ଦାୟିତ୍ୱହୀନତାକୁ

ନିନ୍ଦା କରି ଉପହାସ କରି ଚାଲି ଯାଉଛନ୍ତି।

 

ଆଗକୁ ସ୍ଵାଧୀନତା ଦିବସ ଆସୁଛି।

ଏଭଳି ପ୍ରତିମୂର୍ତ୍ତି ଯିଏ ବି ଦେଖୁବ

ମହାପୁରୁଷଙ୍କୁ ଏ କି ସମ୍ମାନ ବୋଲି

ପ୍ରଶ୍ନ ଉଠାଇବା ସ୍ୱାଭାବିକ । ଏଣୁ ପୌରପରିଷଦ ଓ ପ୍ରଶାସନ ଏନେଇ ଗୁରୁତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ସଚେତନ ନାଗରିକ ଦାବି କରିଛନ୍ତି । ଏନେଇ ଗୁଣୁପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ଏହି ଫାଇଲ ସେ ଦେଖି ନାହାନ୍ତି ଦେଖିବା ପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ତେବେ କେବେ ଏହି ମହାପୁରୁଷ ଙ୍କ ପ୍ରତି ଦୃଷ୍ଟି ପଡିବ କେବେ ଏହାର ଉନ୍ନତି ସାଧନ ଘଟି ଉଦଘାଟନ ହେବ ତାହା ଦେଖିବାକୁ ରହିଲା ।

You may have missed