June 19, 2026

ଦେଶବ୍ୟାପୀ ଧର୍ମଘଟ : ଗୁଣୁପୁର ରେ ଅଖଚକ ସହ ଦୋକାନ ବଜାର ବନ୍ଦ

IMG-20250709-WA0034
Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଦେଶର ବିଭିନ୍ନ କେନ୍ଦ୍ରୀୟ ଶ୍ରମ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ସାରା ଦେଶରେ ଧର୍ମଘଟ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ମଧ୍ୟ ତିରୁପତି ଗମାଙ୍ଗ ଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସହରରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି । ଲେବର କୋଡ଼ ର କାର୍ଯ୍ୟକାରିତା କୁ ବିରୋଧ, ଦରଦାମ ବୃଦ୍ଧି, ବିଭିନ୍ନ ବିଭାଗର ଘରୋଇ କରଣ କୁ ବିରୋଧ, ସରକାର ଙ୍କ ବିଭିନ୍ନ ସ୍କିମ ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ସରକାରୀ ମାନ୍ୟତା ଦେବା ପ୍ରଭୃତି ୧୮ ଦଫା ଦାବି ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ଚାଳକ ମହାସଂଘ ପକ୍ଷରୁ ମଧ୍ୟ ଆଜି ଦ୍ଵିତୀୟ ଦିନରେ ଧର୍ମଘଟ ଜାରୀ ରହିଛି ।

You may have missed