June 19, 2026

କାଶୀପୁର ଠାରୁ ଡ଼ୁମେରପଦର ରାସ୍ତା ନିର୍ମାଣ ଠିକା ସଂସ୍ଥାର କର୍ମଚାରୀଙ୍କ ଦାଦାଗିରି

IMG-20250709-WA0021
Share

        କାଶୀପୁର ଠାରୁ ଡ଼ୁମେରପଦର ରାସ୍ତା ନିର୍ମାଣ ଠିକା ସଂସ୍ଥାର କର୍ମଚାରୀଙ୍କ ଦାଦାଗିରି କାଶିପୁର:0 9/୦7 କାଶୀପୁର ଠାରୁ ଡ଼ୁମେରପଦର ମୁଖ୍ୟ ରାସ୍ତା ନବୀକରଣ ଓ ପ୍ରସସ୍ତି କରଣରେ ଅନିୟମିତତା ଅଭିଯୋଗ। ଗୁମୁଣ୍ଡିସୁପେଲ ଛକ ବ୍ରିଜ ମାଟି ଦବି ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତା ରହିଛି। ଏପରିକି ଏହି ରାସ୍ତା ନିର୍ମାଣ ସମୟରେ ଗାଡି ମଟର ଦୁର୍ଘଟଣା ଗ୍ରସ୍ତ ଓ ଗାଡି ଓଲଟିବା ଭଳି ଘଟଣା ମଧ୍ୟ ବାରମ୍ବାର ସମ୍ମାକୁ ଆସୁଥିବା ବେଳେ ଆମ ପ୍ରତିନିଧି ବିଭାଗୀୟ ଏସୟୁଟିଭ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରିଆସୁଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି କାଶୀପୁର ଠାରୁ ଡୁମେରପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ଠିକା ସଂସ୍ଥା ମନମାନି ମରୁମ ଗୋଡି,ମାଟି ମେଟାଲ ପକାଇ ନିମ୍ନମାନର ରାସ୍ତା ନିର୍ମାଣ କରି ତା ଉପରେ ଅଧିକାରୀଙ୍କ ଅନୁପସ୍ଥିତିରେ ପିଚୁ ଢାଳିବା କାର୍ଯ୍ଯ ଶେଷ କରୁଥିବା ବେଳେ ସ୍ଥାନେ ସ୍ଥାନେ ଅଳ୍ପଦିନ ମଧ୍ୟରେ ସେହି ପିଚୁ ଉଠିଯିବା ଅତି ପରିତାପର ବିଷୟ ବୋଲି ଅଞ୍ଚଳରେ ଆଲୋଚନା ହେଉଥିବା ଜଣାପଡିଛି। ଏନେଇ ବିଭାଗୀୟ ଏସୟୁଟିଭ ଯନ୍ତ୍ରି ଅମ୍ବିକେୟ ମିଶ୍ର ଙ୍କୁ ସହିତ ଆମ ପ୍ରତିନିଧି ଯୋଗାଯୋଗ କଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିବା ବେଳେ ଏହାର ତଦାରଖ କରିବା ପାଇଁ କାହିଁକି ବିଭାଗୀୟ ଅଧିକାରୀ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିରୁ ସହଜରେ ଅନୁମାନ କରାଯାଉଛି ଠିକାସଂସ୍ଥା ପ୍ରତି ବିଭାଗୀୟ ଅଧିକାରୀ ବାହୁଛାୟାରେ ରଖିଛନ୍ତି ବୋଲି ଆଲୋଚନା ହେଉଅଛି। ଅପରପକ୍ଷରେ ବିଭାଗୀୟ ଅଧିକାରୀ ଠିକାସଂସ୍ଥାର ଅଦ୍ଧ ଭକ୍ତ ସାଜିବା କେତେଦୂର ଯୁକ୍ତିଯୁକ୍ତ ଆପଣ ମାନେ ବିଚାର କରିବେ। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ଜାତ ହେଉଛି। ଏହାପ୍ରତି ଯଦି ଠିକାସଂସ୍ଥା ଗୁରୁତ୍ୱ ଦେଇ ଉନ୍ନତ ମାନର ରସ୍ତା ନିର୍ମାଣ ନକରେ ତେବେ ଅଞ୍ଚଳର ବାସିନ୍ଦା ଆଗାମୀ ଦିନରେ ରାସ୍ତା ରୋକ କରିବା ଘଟଣା ଏବେ ଦାନାବନ୍ଧୁ ଥିବା ଜଣାପଡିଛି। ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ ଠିକାଦାର ଖୋଲାଖୋଲି ଭାବରେ ଅଣଦେଖା କରୁଥିବା ଦେଖାଦେଇଛି। ସେହିପରି ରାସ୍ତା ନିର୍ମାଣରେ ଅତି ନିମ୍ନମାନର କାର୍ଯ୍ଯ କରିଛନ୍ତି ଏହା ସହିତ ପିଛୁ ଢାଳିବାର ଅଳ୍ପଦିନ ମଧ୍ୟରେ ଉଠିଯାଉଛି,ଏପରିସ୍ଥଳେ ଉକ୍ତ ରାସ୍ତା ଅଳ୍ପ ଦିନ ମଧ୍ୟରେ ରାସ୍ତା ଭୂଷୁଡି ଯିବା ଘନଣାକୁ କୌଣସି ବ୍ଯକ୍ତି ମଧ୍ୟ ଅସ୍ବୀକାର କରିପାରିବ ନାହିଁ। ସେହି ରାସ୍ତା ନିର୍ମାଣ କାର୍ଯ୍ଯରେ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ଉଭୟଙ୍କ ସଲାସୁତର କରିଥିବା ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ଫେର କୁହାଯାଉଛି ଯେ ବିଭାଗୀୟଅଧିକାରୀ ଜାଣିଶୁଣି ନିରବ ରହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଘଟଣା ଏବେ ସମ୍ମାନକୁ ଆସିଛି। କେଉଁ ସ୍ବାର୍ଥରେ ଏହି ରାସ୍ତାନିର୍ମାଣ କର୍ଯ୍ଯରେ ବିଭାଗୀୟ ଅନୁପସ୍ଥିତ ରହୁଛନ୍ତି ଏହା ହିଁ ବିଶେଷ ଭାବରେ ଲୋକଙ୍କ ମଧ୍ୟରେ ସଦେହ ଯାତ ହେଉଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା ଦେଇ ଲୋକେ ଗାଡିମଟର ଯୋଗେ ଯାଉଥିବା ସମୟରେ ଦିନକୁ ଦିନ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ସ୍ଥାନେ ସ୍ଥାନେ ପିଚୁ ଉଠିଯାଇ ଖାଲଖମାର ହୋଇଯାଇଛି। ଯାହାଫଳରେ ଗାଡିମଟର ଚଳାଚଳ ପ୍ରତି ଆହୁରି ଭୟ ଯାତ ହେଉଥିବା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ଉନ୍ନତ ମାନର ରାସ୍ତା ନିର୍ମାଣ କରିବା ପାଇଁ ଦାବି ହେଉଛି।ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ

You may have missed