March 7, 2026

ବିଭିନ୍ନ ସମସ୍ୟା ନେଇ ରାଜସ୍ବମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସମାଜସେବୀ ଝାନ୍ସିରାଣୀ ଦାସ ।

IMG-20230709-WA0000
Share

ବିଭିନ୍ନ ସମସ୍ୟା ନେଇ ରାଜସ୍ବମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସମାଜସେବୀ ଝାନ୍ସିରାଣୀ ଦାସ ।

ହାଟଡିହି ବ୍ଲକ କେ-ବାଲିପାଳ ପଞ୍ଚାୟତର ରାଇଘାଟି, ଭଅଁରା, ମୟୂରନଚା, ସେରମୁଣ୍ଡି ଏବଂ ହଦଗଡ଼ ପଞ୍ଚାୟତର ପିତାନାଉ, ଦଲିକି, ମୟୂରନିଚା ରତ୍ନମରା, ସୁଜନାପାଳ ଆଦି ଜଙ୍ଗଲ ଗ୍ରାମ ଗୁଡ଼ିକ ରାଜସ୍ୱ ଗ୍ରାମ ହୋଇନଥିବାରୁ ଏଠାକାର ଲୋକ ମାନେ ପକ୍କାଗୃହ ଯୋଜନା, ଜମି ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବାବେଳେ ରାସ୍ତା, ବିଦ୍ୟୁତ ଓ ପାଣି ଆଦି ମୌଳିକ ସୁବିଧାରୁ ଠାରୁ ବଞ୍ଚିତ ହୋଇ ରହୁଛନ୍ତି। ଏହାକୁ ନେଇ ସମାଜସେବୀ ଝାନ୍ସିରାଣୀ ଦାସ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରି ଦୃଷ୍ଟି ଆକର୍ଷଣ କରିଥିଲେ।

(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ୍)